STORYMIRROR

Barsha Swain

Action Inspirational

4  

Barsha Swain

Action Inspirational

କିଛି କିଛି

କିଛି କିଛି

1 min
176

  


କିଛି ଶବ୍ଦ କିଛି ମୁହୂର୍ତ୍ତ 

କିଛି ସତ କିଛି ଅତୀତ

ଆଉ କିଛି ଅତି ଆଧୁନିକ, 

ସମୟ ବଦଳାଇ ପାରେ ଅନେକ ଭାଗ୍ୟ। 

କିଛି ଘଟଣା କିଛି ଦୁର୍ଘଟଣା

କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ 

ଛିନ୍ନ କରିଦିଏ ସମ୍ପର୍କ କ୍ଷଣିକ ମଧ୍ୟରେ। 

କିଛି ଅନୁଭୂତି କିଛି ପ୍ରତିଶ୍ରୁତି 

କିଛି ଛଳନା କିଛି ପ୍ରତାରଣା

କିଛି କିଛି ଭାବନା କେବେ ଭୁଲିହୁଏନା। 

କିଛି ଦିନ କିଛି ବର୍ଷ 

କିଛି ଆଲୋଚନା କିଛି ପର୍ଯାଲୋଚନା

କିଛି ବାଟ କିଛି ଅବାଟ

ମଣିଷ କୁ କରେ ପରିବର୍ତ୍ତନ। 

କିଛି ଅପକାର କିଛି ଦୁଃଖ 

କିଛି ଘୃଣା କିଛି ହତାଶ

ବାସ୍ତବରେ ଦିଏ ଭାରି ବ୍ୟଥା। 

କିଛି ସ୍ୱପ୍ନ କିଛି ସମ୍ଭାବନା 

କିଛି ଆଶା କିଛି ଆକାଂକ୍ଷା 

ଆଉ କିଛି ଇଛା,

କେବେ ପୂରା ହୁଏନା ।

ତଥାପି କିଛି କିଛି ଭିତରେ ଏ ଜୀବନ 

ଭାରି ଭଲଲାଗେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action