Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Action

4  

Ajit Kumar Raut

Action

ମନେ ଗର୍ବ ହୁଏ ଅତି

ମନେ ଗର୍ବ ହୁଏ ଅତି

1 min
361



କର୍ତ୍ତବ୍ୟେ ଜଡ଼ିତ କାର୍ଯ୍ୟ ହୁଏ ତୀବ୍ର

କରୁଛି ଗୌରବାନ୍ନିତ,

ଅଦୁର୍ଶ ରୋଗର ନିବାରଣ ପାଇଁ

ହୁଏ କାର୍ଯ୍ୟ ଅପ୍ରମିତ ।


ଟିକା ଲାଗୁ ଅଛି ତୀବ୍ର ହିଁ ଗତିରେ

ହେଲା ବିଶ୍ବରେ ହିଁ ସେ ଶ୍ରେଷ୍ଠ,

ବିଶାଳ ଦେଶରେ ଟୀକାକରଣ ଟି

କର୍ତ୍ତବ୍ୟର ପରାକାଷ୍ଠ ।


ସ୍ବଦେଶୀ ଟୀକା ସେ ଦେଶରେ ନିର୍ମିତ

ଲାଗୁ ଅଛି ଜନତାଙ୍କୁ,

ସ୍ବସ୍ଥ ହିଁ ହୁଅନ୍ତି ଦେଶର ଜନତା

ନାହିଁ ଭୟ ଜନତାଙ୍କୁ ।


ଆତ୍ମନିର୍ଭରଟି ସାଜିଛି ଭାରତ

ଆତ୍ମବିଶ୍ୱାସଟି ମନେ,

ନିସ୍ବାର୍ଥର କର୍ମୁ ସଫଳତା ତାର

ଛୁଟି ନାହିଁ ତାଙ୍କ ଦିନେ ।


କିପରି ଶକ୍ତି ସେ କି ପରି ବ୍ୟକ୍ତି ସେ

ବିଶ୍ବ ଚିନ୍ତୁ ଅଛି ମନେ,

ଭାଗ୍ୟ ବଳେ ସେହୁ ଦେଶେ ଆବିର୍ଭାବ

କର୍ତ୍ତାଧର୍ତ୍ତା ସେହୁ ଜନେ ।


ଜନତା ବିକାଶେ ଯାହା ଆବଶ୍ୟକ

ରହି ଅଛି ତାଙ୍କ ମନେ,

ରାଷ୍ଟ୍ରର ବିକାଶେ ଜନତାଙ୍କ ପାଇଁ

କାର୍ଯ୍ୟ ହିଁ ଟି ପ୍ରତିଦିନେ ।


ନାହିଁ ଭୟ ଆଉ ନାହିଁ ଭ୍ରଷ୍ଟାଚାର

ଆତ୍ମନିର୍ଭରଟି ଜନେ

ସବୁ କ୍ଷେତ୍ର କଲେ ଶକ୍ତିଶାଳୀ ସେହୁ

ବିଶ୍ରାମ ନାହିଁ ଟି ଦିନେ ।


ଦେଶ ଶତ୍ରୁ ଆଜି ନିରବରେ ରହି

କୁଚକ୍ର କରେ ରଚନା,

ବିଦେଶୀ ଶତ୍ରୁଙ୍କ ସଙ୍ଗରେ ମିଶିଣ

ଗୁପ୍ତରେ କରେ କାମନା ।


ଆଶାତୀତ ମନ ଭୟ ନାହିଁ କିଛି

ଭରି ଦେଲେ ଜନମନ,

ଈଶ୍ବରୀୟ ଶକ୍ତି ଆବିର୍ଭାବ ଏଠି

ଗୁଞ୍ଜୁ ଅଛି ବିଶ୍ବେ ମାନ ।


କର୍ତ୍ତବ୍ୟେ ଜଡ଼ିତ କାର୍ଯ୍ୟ ହୁଏ ତୀବ୍ର

କରୁଛି ଗୌରବାନ୍ନିତ,

ଅଦୁର୍ଶ ରୋଗର ନିବାରଣ ପାଇଁ

ହୁଏ କାର୍ଯ୍ୟ ଅପ୍ରମିତ ।


Rate this content
Log in

Similar oriya poem from Action