STORYMIRROR

Bijay Prusty

Action Others

4  

Bijay Prusty

Action Others

ଛଦ୍ମବେଶୀ

ଛଦ୍ମବେଶୀ

1 min
171


ଆମ ହାତଗୋଡେ ବେଡି ବାନ୍ଧିଦେଇ

କୁହ ସ୍ୱାଧିନତା କଥା

ସ୍ୱାଧିନ ଭାରତ ଜନତାଙ୍କୁ ତୁମେ

ବନେଇ ଚାଲିଛ ବୋକା I

ଭାଷଣରେ କୁହ ନିଶା ନିବାରଣ

ଦିନ ରାତି ମଦ ପିଇ

ସବୁବେଳେ ହିଂସା ଆଚରଣ କର

ଗାନ୍ଧିଜୀଙ୍କ ନାଁ ନେଇ I

ଛଦ୍ମବେଶୀ ତୁମେ ନିଜକୁ ଲୁଚାଇ

ଛଦ୍ମ ଆବରଣ ତଳେ

ଗଣତନ୍ତ୍ରର ରକ୍ଷକ ବୋଲାଅ

ଖାଲି ତୁମ ବାହୁବଳେ I

ଆସିଛିରେ ବେଳ ଏବେ ତୁମପାଇଁ

ଆରେ ଲୁଣ୍ଠକ ଦଳ

ଛଦ୍ମ ଆବରଣ ଖୋଲିଦିଅ ସବୁ

ପୁରିବା ଆଗରୁ କାଳ I

ବୋକାନୁହେଁ ଆଉ ଏ ଦେଶ ଜନତା

ଖୋଲିଛି ତା ଦରବାର

ଜୀବନେ ତୁମର ମୋହ ଅଛି ଯେବେ

ଲୁଣ୍ଠନ ବନ୍ଦକର I

         


Rate this content
Log in

Similar oriya poem from Action