Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Action Inspirational

4.5  

Ranjan Kumar Brahma

Action Inspirational

ଗଛଟିଏ ମୁଁ ଗଛଟିଏ

ଗଛଟିଏ ମୁଁ ଗଛଟିଏ

1 min
238



ଗଛଟିଏ ମୁଁ ଗଛଟିଏ 

ତୁମ ପରିବେଶେ ଅଛି ଯିଏ 

ଗଛଟିଏ ମୁଁ ଗଛଟିଏ ।।


କୋଉକାଳୁ ମୁହିଁ ଠିଆହୋଇଛି 

ସାନରୁ ଏଇଠି ବଡ଼ ହୋଇଛି ।

ସଦାବେଳେ ତୁମ ପାଶରେ ରହି 

ଭଲ ସାଥି ହୋଇ ରହିଛି ମୁହିଁ ।।


ଫୁଲ ଫଳ ପତ୍ର ସବୁ ସଜାଇ

ଆହାର ତୁମକୁ ଯୋଗାଏ ଭାଇ ।

ଗହଳିଆ ଦେହେ ଛାଇକୁ ଥୋଇ

ଥଣ୍ଡା ପବନ ମୁଁ ବୁହାଇ ଥାଇ ।।


କପା ଝୋଟ ତୁଳା ବକଳ ଆଦି

ବସ୍ତ୍ର ପାଇଁ ଯାହା ଦରକାରଟି ।

ମାଟିକୁ ମୋ ଚେର ଜାବୁଡିଧରେ 

ମୂର୍ତ୍ତିକା କ୍ଷୟରୁ ରକ୍ଷା ମୁଁ କରେ ।।


କାଠନେଇ ତୁମେ ଘର ବନାଅ 

ଝରକା ଚଉକି କବାଟ କର ।

ବସୁନ୍ଧରା ଶୋଭା ବଢେ ମୋ ପାଇଁ 

ସୁସ୍ଥ ରୁହ ମୋଠୁ ଔଷଧ ନେଇ ।।


ସଭିଙ୍କୁ ଯାହା ଅତି ମୂଲ୍ୟବାନ 

ଜୀବନେ ଯାହା ଅମୂଲ୍ୟ ଧନ ।

ଅମଳଜାନ ମୁଁ ଦେଇ ଆସୁଛି

ଅଙ୍ଗାରକାମଳ ପାନ କରୁଛି ।।


ଏତେ ଉପକାର କରୁଛି ମୁହିଁ 

ତୁମମନୁ ମୋତେ ଭୁଲୁଛକାହିଁ ?

ସଦା ମୋତେ ଯେବେ କାଟି ଚାଲୁଚ

 କି ହେବ ଅବସ୍ଥା ଜାଣି ପାରୁଛ ?


ଗଛଟିଏ ମୁଁ ଗଛଟିଏ ....।


Rate this content
Log in

Similar oriya poem from Action