ଜବାବ ଦିଅ ଭଗବାନ
ଜବାବ ଦିଅ ଭଗବାନ
କେଉଁଥି ପାଇଁକି ଏତେ ଭେଦଭାବ
ତିଆରିଲେ ଭଗବାନ
ଜଣକୁ କରିଲେ ଅତେ ବଡ କିଆଁ
ଆଉଜଣେ ଏତେ ହୀନ I
ସୃଷ୍ଟି କରତାଙ୍କ ଧରମ ନିକିତି
ତଉଲୁଛି ବଡ ସାନ
ସେଥିପାଇଁ କଣ କପାଳ ମୋ ମନ୍ଦ
ହୁ୍ଏ ଏତେ ହୀନିମାନ I
କୁହ ମୋତେ କୁହ ଭଗବାନ ତୁମେ
ଜବାବ ମାଗୁଛି ଆଜି
କେତେଜଣ କିଆଁ କଷ୍ଟ ଭୋଗୁଛନ୍ତି
ସବୁତକ ସୁଖ
ଭୋଗନ୍ତି କେତୋଟି ପାଜି I
ତୁମ ଦରବାରେ ଭେଦବାବ ନାହିଁ
କୁହେ ଧର୍ମ ଧ୍ୱଜାଧାରୀ
ସିଏ କିନ୍ତୁ ଠକି ହାତେଇ ନେଉଛି
ସବୁ ସୁଖ ସବୁ ଶିରୀ I
ଉତ୍ତରଟେ ମୋତେ ଦିଅ ଭଗବାନ
ଉତ୍ତରଟେ ମୋତେ ଦିଅ
ନପାରିବ ଯଦି ଠକ ତାଲିକାରେ
ମୋ ନାଁ ଲେଖିଦିଅ I
