STORYMIRROR

Bijay Prusty

Fantasy Others

3  

Bijay Prusty

Fantasy Others

ନୀଳକଇଁର ହସ

ନୀଳକଇଁର ହସ

1 min
98


ଶତ ଯନ୍ତ୍ରଣାର ତନ୍ଦ୍ରାହୀନ ରାତି

ସପନ ଆକାଶେ ଜହ୍ନ

ସବୁଜ କ୍ଷେତର ସବୁଜିମା ତୁମେ

ଛଳନା ବିହୀନ ମନ I

ବାଦଲ ଉହାଡୁ ଉଙ୍କି ମାରୁଥିବା

ତୁମେ ଜ୍ୟୋସ୍ନା ସରୁଗାର

ଅନନ୍ତ ଅସୀମ ପ୍ରୀତିର ସମ୍ଭାର

କା ଆଖିର ଲୁହଧାର I

ଶରତର ତୁମେ ଖୁସିର ଲହରୀ

କାଶତଣ୍ଡୀ ପକ୍ୱ କେଶ

ସ୍ୱଚ୍ଛ ପୁଷ୍କରିଣୀ ଗଭିର ଜଳରେ

ତୁମେ ନୀଳକଇଁ ହସ I 

ଝରା ଶେଫାଳୀର କରୁଣ କାହାଣୀ

ତୁମେତ ଭୋଦେଇ ଖରା

ପାର୍ବଣର ତୁମେ ଖୁସିର ପସରା

ପ୍ରାଣମୟୀ ପ୍ରୀତିକ୍ଷରା I

         


Rate this content
Log in

Similar oriya poem from Fantasy