STORYMIRROR

Baman Chandra Dixit

Fantasy Inspirational Others

3  

Baman Chandra Dixit

Fantasy Inspirational Others

ମୁଠେ ସମୟ ଆଣିଛି

ମୁଠେ ସମୟ ଆଣିଛି

1 min
192


ତୁମ ପାଇଁ ମୁଠେ ସମୟ ଆଣିଛି

ସାଉଁଳିଆ ସକାଳ ଆଣିଛି

ଟାଉଁସିଆ ମଧ୍ୟାହ୍ନ ଆଣିଛି।

ଭିଜା ଫଗୁଣରୁ ମେଞ୍ଚେ

ସିଝା ନିଦାଘରୁ ପୁଂଜେ ଆଣିଛି

ଚିହ୍ନି ପାରୁନ ବୋଲି କୁହ ନାହିଁ

ସବୁ ଜଣା ଶୁଣା ଥିଲା ଯାହା ଦିନେ

ହଜି ଯାଇ ଥିଲେ କେତେ କାଳୁ

ଅବା ଵିଞ୍ଛାଡ଼ି ହୋଇ ପଡି ଥିଲେ

କେଉଁ ଅବହେଳିତ ଅଗଣା ରେ।

ଦେଖ ସେ ସମସ୍ତଙ୍କୁ ସାଉଁଟି ଆଣିଛି।

ସାଉଁଳିଆ ସକାଳ ଆଣିଛି

ଟାଉଁସିଆ ମଧ୍ୟାହ୍ନ ଆଣିଛି।।


ତୁମ ପାଇଁ ମୁଠେ ସମୟ ଆଣିଛି

କାଗଜ ପୁଡ଼ିଆରେ ଭଜା ମଟର ଆଣିଛି

ପତର ଠୁଙ୍ଗାରେ ଗରମ ଭୁଗୁନି ଆଣିଛି।

ଝାପ୍ସା ଝାପ୍ସା ହେଲେ ବି ଯେତେ ସେ ସମୟ

ଥିଲେ ଅତି ଆପଣାର ଦିନେ ମାତ୍ର

ବୁଝି ପାରି ନ ଥିଲ ତୁମେ ଅବା ମୁଁ

ଖାମଖିଆଲିଆ ଜୀବନର ଧାରା

ଇଆଡ଼େ ସିଆଡେ ଖେଳେଇ ଗଲା ପରେ

ଆହୁରି ଅଚିହ୍ନା ହୋଇ ଯାଇଥିଲେ

ଉଦ୍ବେଗ ଅନେକ ଆନ୍ଦୋଳିତ ହୋଇଥିଲେ

ମାତ୍ର ଇତସ୍ତତଃ ଖେଳେଇ ପଡିଥିବା

ଅଭୂଲା ସମସ୍ତ ସ୍ମୃତି ମାନଙ୍କୁ

ଆଜି ଏକାଠି କରି ଆଣିଛି।

ସାଉଁଳିଆ ସକାଳ ଆଣିଛି

ଟାଉଁସିଆ ମଧ୍ୟାହ୍ନ ଆଣିଛି।


ଆଜି ବି ତୁମ ପାଇଁ ମୁଠେ ସମୟ ଆଣିଛି

ବିଦଗ୍ଧ ପ୍ରଣୟେ ଆଶା ଆଲୋକ ଜାଳିଛି

ମଧ୍ୟାହ୍ନ ହଜି ଗଲାଣି ସାୟନ୍ତନି ସାଇତିଛି

ତୁମେ ବି ଉଦାଶିନୀ ମୌନୀ ମାନ ମୟୀ

ନୀରବତା ଭିତରେ ହଜି ଗଲ ସେଦିନ

ଚୁପ ଚାପ ଦେଖୁଥିଲ ଖସଡ଼ା ସମୟ କୁ।

ସମୟ ହଜି ଗଲା ମାତ୍ର ସ୍ମୃତି ଅନେଇଛି

ପୁରୁଣା ସମୟ ର ଲୋଳିତ ପୃଷ୍ଠା କୁ ଖୋଲି

ତୁମ ଆଖି ସାମ୍ନା ରେ ତୋଳି ଧରିଛି

ସାଉଁଳିଆ ସକାଳ ଆଣିଛି

ଟାଉଁସିଆ ମଧ୍ୟାହ୍ନ ଆଣିଛି।

ବାମନ ଚନ୍ଦ୍ର ଦୀକ୍ଷିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy