ମୁଁ ବୃଦ୍ଧ
ମୁଁ ବୃଦ୍ଧ
ବୟସ ମୋର ହେବ ପଞ୍ଚସ୍ତରୀ,
ପୁଅ ବୋହୂ ଦେଲେ ମତେ ଦୁରେଇ,
ପାଳ ଭଳି ଜୀର୍ଣ୍ଣଶୀର୍ଣ୍ଣ ଦେହ,
ପବନକୁ ମୋର ଭାରି ଡର ।
ମୋ ଉଦରୁ ଜାତ ପୁଅମାନ,
ବୋହୂ ମତେ ମୋତେ କଲେ ଆନ,
ଖଟରେ ପଡିରହି ଜୀଅନ୍ତା ଶବ,
ମୃତ୍ୟୁ ଅପେକ୍ଷାରେ ହୁଏ ମୁଁ ଛଟପଟ ।
ପିନ୍ଧାକନ୍ଥା ଦେହରେ ମାସ ମାସ,
ବଦଳେଇବାକୁ ମୋର ନାହିଁ ସାହସ,
ବୋହୁମାନେ ମଳମୂତ୍ର କୁ ଘୃଣି,
ଦୂର ଏକ ଘରେ ଦେଲେ ରଖି ।
ପୁଅମାନଙ୍କୁ ଅତି ସରାଗେ ପାଳି,
ବୃଦ୍ଧାକାଳେ ସରାଗେ ମତେ ପାଳିବେ ଭାବି,
ନିଜେ ନଖାଇ ଦିନ ରାତି,
ଅତି ଯତନେ ପାଳିବାର ଫଳ ଏଇ ।
ମୋ ଦରଜ ଦେଖି ଝିଅ,
ମତେ ଡାକିଲା ତାର ନିଜ ପାସ,
ତା ପାଖେ ନାହିଁ ସମ୍ବଳ,
ତଥାପି ମୋର ସେ ପୋଛୁଛି ଲୁହ ।
ଝିଅ ମୋର ଅତି ଗରିବ,
ତଥାପି ମୋର ସେ ବୁଝିଲା ଦୁଃଖ,
ତା ଘରେ ପଡି ରହି ମୁଁ,
ଲୁହରେ ଖୋଜୁଛି ଶେଷ ନିଶ୍ୱାସ ।
