ମୋହମନ
ମୋହମନ
ରାତି ଆକାଶରେ ଚାନ୍ଦ ଚାନ୍ଦିନୀ ପରସେ
ଇତିହାସ ଆଶାବତୀ ଜଳେ ଦିକି ଦିକି
ଗ୍ରାମମୁଣ୍ଡ ପାହୁଚରେ ଏକା ବସି ହସେ
କାଳରାତ୍ରୀ ବଢୁଥାଏ କାନପାଶେ ଡାକି ll
ପେଚାଶବ୍ଦ ରାତିଅଧ ଦିଶେ ଜୁଇ ଦୃଶ୍ୟ
ଶୁଭୁଥାଏ ସ୍ମସାନରୁ ଶଙ୍କାର ଶବଦ
ଭୟହୀନ ,ଶବ୍ଦହୀନ ହାରିଲା ମନୁଷ୍ୟ
ଆକାଶକୁ ଚାହିଁ ଖୋଜେ ହଜିଲା ସମ୍ପଦ ll
ତାରାଗଣ ଅଟହାସ୍ୟ କରୁଥିବା ଦେଖେ
ନିରୁତ୍ତରେ ଆଖିତାର ବୁଲେ ବନଦେଶେ
ଆଙ୍କୁଥାଏ ଚିତ୍ରପଟ୍ଟ ଚନ୍ଦ୍ରମାର ପାଖେ
ତଳକୁ ତନଖି ତରଳର ଶୋଭା ପାଶେ ll
ଘନରାତ୍ରୀ ଭେଦି l ଶୁଭେ ଶବ୍ଦ କୁଆଁକୁଆଁ
ଏନ୍ତୁଡ଼ିରୁ ଅନ୍ତଯାଏ l ଧୂଆଁର ଦୁନିଆଁ ll