ଶାରଦୀୟ ପ୍ରକୃତି
ଶାରଦୀୟ ପ୍ରକୃତି
ପାହାଡ଼ ସେପାଖେ ଶରତ ଆକାଶ
ନଦୀ ଧାରେ ହସେ କାଶତଣ୍ଡି,
ନିର୍ମଳ ଆକାଶେ ବୋଇତର ମାଳ
ଭାସନ୍ତି ଆନନ୍ଦେ ହୋଇ ମେଳି ।
ନଦୀ ନାଳ ହ୍ରଦ ପୋଖରୀର ଜଳ
ଦିଶେ ସ୍ୱଚ୍ଛ ଶୁଭ୍ର ପଦ୍ମ ପରି,
ରାତିର ଅନ୍ଧାର ବିନାଶି ଚାନ୍ଦିନୀ
ରୂପେଲୀ କିରଣ ଦିଏ ଢାଳି ।
ମୃଦୁ ମଳୟରେ ଲହଡ଼ି ଉଠଇ
ଶସ୍ୟପୂର୍ଣା ସବୁଜିମା କ୍ଷେତେ,
ସାୟଂକାଳ ହେଲେ କିଆ କେତକୀର
ନବବଧୂ ଦେହୀ ବାସ ଛୁଟେ ।
ଆହା ! କି ସୁନ୍ଦର ଦିଶେ ଚକ୍ରବାଳ
ଅସ୍ତମାନ ହେଲେ ସୂର୍ଯ୍ୟ ନଭେ,
ପ୍ରାତଃକାଳ ଲାଗେ ଜୀବନ୍ତ ପ୍ରତିମ
ପକ୍ଷୀ ମାନଙ୍କର କୋଳାରବେ ।
ଦୁର୍ଗତି ନାଶିନୀ ପତିତପାବନୀ
ଆସନ୍ତି ଓହ୍ଲାଇ ମର୍ତ୍ତ୍ୟପୁର,
ଭକ୍ତି ଭାବନାର ଶୁଭେ ପ୍ରତିଧ୍ବନି
ଜଗଜନ ଦୁଃଖ ହୁଏ ଦୂର ।
