STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ସନ୍ଧ୍ୟା ଆସିଲେ ନଇଁ

ସନ୍ଧ୍ୟା ଆସିଲେ ନଇଁ

1 min
171

ଚଉରା ମୂଳେ ଦୀପ ଜଳେ

ଯେବେ ଦିବାକର ଲୁଚିଯାନ୍ତି

ପଶ୍ଚିମ ଭାଲେରି ଶିଖର ତଳେ

ମେଂଚା ମେଞ୍ଚା କଳା ବୋଳା 

ରୂପ ତୁମ ଆସୁଛ ଘନେଇ।


ପକ୍ଷୀ ମାନେ ଉଡିଗଲେ 

ଗାଈ ଗୋଠ ବାହୁଡ଼ିଲେ

ସଂଜ ଆସେ ନଇଁ,

ପବନ ଧୀର ମନ୍ଦ ଅଧିର

ନଦୀଜଳ ସ୍ଥିର ସରଳ

ବୃକ୍ଷଲତା ସୁଗନ୍ଧ ପରାଗ।


ଘଣ୍ଟ ଶଙ୍ଖ ଧ୍ୱନି ସହ ହୁଲହୁଲି ବେଳ

ଗ୍ରାମ ଦେବତୀଙ୍କରପୀଠ

ଆରାଧନା ପାଇଁ ପ୍ରସ୍ତୁତ 

ନାଗରା ଘଣ୍ଟ ବାଦ୍ୟର ସୁମଧୁର ତାଳ

ଶାନ୍ତ ସୁଶୀତଳ ପ୍ରହର

ସନ୍ଧ୍ଯା ବତୀଙ୍କ ନଗର

ପଥିକ ମାନଙ୍କ ବେଗ ତର ତର ।


ରାତ୍ରି ଆସିବା ପୂର୍ବରୁ

ଯାତ୍ରା ଶେଷ କରି

ଭ୍ରମଣ କାହାଣୀ ଶ୍ରବଣ

ମିଠା ଲାଗେ ସନ୍ଧ୍ୟା ଭ୍ରମଣ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action