STORYMIRROR

Akshayakumar Dash

Romance Fantasy Inspirational

3  

Akshayakumar Dash

Romance Fantasy Inspirational

କାବ୍ୟନାୟିକା

କାବ୍ୟନାୟିକା

1 min
140

ଅଙ୍ଗେ ଅଙ୍ଗେ ଚମ୍ପା ରଙ୍ଗ

ଗୋଲାପ ଅଧର,

କେତକୀ କେଶ ବିନ୍ୟାସ

ରଚନା ସହର।


ଆଖି ଯୋଡି ମଲ୍ଲି କଢି

ମୟୂର ଚନ୍ଦ୍ରିକା

ଟିଆ ନାକ ଠିଆ ଠିଆ

ଗଣ୍ଡ ତିଳ ଟିକା।


ଦନ୍ତ ପନ୍ତି ଚନ୍ଦ୍ରକାନ୍ତି

ଅମୁଲ୍ୟ ପଥର,

ହସିଦେଲେ ଓଠତଳେ 

ରଚଇ ଗହ୍ୱର ।


ନିତମ୍ବ ଦେଶକୁ ଛୁଇଁ

ଯାଇଥାଇ କେଶ,

ଚାଲି ତାଙ୍କ ରାଜ ହଂସୀ

ଅର୍ଣ୍ଣପୁର୍ଣ୍ଣା ବେଶ।


ଚନ୍ଦ୍ରକାନ୍ତମଣି ମାନ

ଝଟୁକୁଛି ହାର,

ଉରଜ ପାହାଡ଼ ସମ

ସମାଳିଛି ଭାର।


ମନ୍ଦାର କାନ୍ତି ଅଧର

ପ୍ରେମ ହୁଏ ବର୍ଷା,

କାବ୍ୟର ନାୟିକା ମୋର

ଦେଖି ଲାଗେ ଇର୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance