STORYMIRROR

Chittaranjan Nanda

Action Fantasy Others

3  

Chittaranjan Nanda

Action Fantasy Others

ନୁହେଁ ଏହା ପ୍ରତାରଣା

ନୁହେଁ ଏହା ପ୍ରତାରଣା

1 min
156

ପ୍ରକାଶ ନକରି

ଦୁର୍ବଳତା ମୋର 

ଯନ୍ତ୍ରଣା ମନ ଭିତରେ

ଦାବି ରଖିବା ପ୍ରବୃତ୍ତି ମୋର ।


ହେ ମୋର ଜନକ ଶିଖେଇଛ

ମୋତେ ଦୃଢ଼ ହୋଇ ଠିଆ ହେବାକୁ

ନୀରବ ରହେ କାହିଁକି, ବୁଝି

ପାରିଲିନି ସେହି ଭାବନାକୁ ।


ବୋଧହୁଏ ପିତୃକୈନ୍ଦ୍ରିକ ପ୍ରତିକୂଳତା

ଓ ସାମାଜିକ ପରିବେଶରେ

କାଳେ ପ୍ରତିଷ୍ଠା ଓ ମୋ ଚରିତ୍ର ରେ

ଦାଗ ଲାଗିବା ଭୟରେ ।


ନିଶ୍ଚିତ ଏହି ନୀରବତା ମୋର ଏକ

ପ୍ରକାର ଛଳନା 

କିନ୍ତୁ କାଦୁଅକୁ କିଆଁ ଯିବି, ଗୋଡ଼କୁ

ଧୋଇବି, ନୁହେଁ ପ୍ରତାରଣା ।


Rate this content
Log in

Similar oriya poem from Action