ଅମାବାସ୍ୟା
ଅମାବାସ୍ୟା
ରାତ୍ରୀ ଯେବେ ପିନ୍ଧେ କଳାମେଘି ପାଟ
ରାତ୍ରୀ ଯେବେ ମୁଁହ ଲୁଚାଏ ଫାଙ୍କେ କବାଟ
ଜହ୍ନ ହୁଏ ଭାରି ଦୁଷ୍ଟ
ତାରା ସବୁ କୁଞ୍ଜେ ଅସ୍ପଷ୍ଟ
ଉଲକା ଛାଡେ ନାହିଁ ଚିହ୍ନ ସୁସ୍ପଷ୍ଟ
ମଉନାବତୀ ସତେ ଜହ୍ନ ଅଝଟ
ଆସେନାହିଁ ଦେଖି କାନ୍ଦେ କଇଁ ଥାଇ
ଭାବି ଭାଗ୍ୟ ଅବା ଅଭୀଷ୍ଟ
କିଏ କିଏ କହେ ଜହ୍ନମାମୁଁ ନୁହେଁ ସନ୍ତୁଷ୍ଟ
ଅମାବାସ୍ୟାର ଚନ୍ଦ୍ରର କାହାଣୀ
କେତେ ବା ସ୍ପଷ୍ଟ
ପୂର୍ଣ୍ଣମୀ ପରେ ଅମାବାସ୍ୟା ଆସେ
ଵିଧି ନିର୍ଦ୍ଦିଷ୍ଟ ।
