STORYMIRROR

Yudhisthira Lenka

Action Inspirational

3  

Yudhisthira Lenka

Action Inspirational

ମନେରଖ ଏହି ତିନି

ମନେରଖ ଏହି ତିନି

1 min
351

ତିନିଟି ଜିନିଷ ମନରେ ରଖିଲେ

ସଦା ହୁଅଇ ଉନ୍ନତି

ଈଶ୍ୱର ସହିତ ପରିଶ୍ରମ ବିଦ୍ୟା

ଧ୍ୟାନ କରୁଥିବ ନିତି ।।୧।।


ତିନିଟି ଜିନିଷ ଛୋଟ ନୁହେଁ କେବେ

ସଦା ତାକୁ ସାବଧାନ

ରୋଗ ସହିତରେ ଶତ୍ରୁ ଓ କରଜ

ଭୁଲିବନି କଦାଚନ।।୨।।


ତିନିଟି ଜିନିଷ ଆୟତ୍ତରେ ରଖ

ଲୋଭ କ୍ରୋଧ ଆଉ କାମ

ନହେଲେ ତିନିହେଁ ନର୍କରେ ପକାଇ

ବୁଡାଇ ଦେବେଟି ନାମ ।।୩।।


ତିନିଟି ଜିନିଷ ଥରେ ଚାଲିଗଲେ

ଫେରେ ନାହିଁ କେବେ ଆଉ

ଧନୁରୁ ବାଣଟି ଶରୀରୁ ପ୍ରାଣଟି

ମୁଖରୁ ବାଣୀଟି ସେହୁ ।।୪।।


ତିନିଟି ଜିନିଷ ଦୁର୍ବଳ କରଇ

ମଣିଷ ଭିତରେ ଦେଖ

ଅହଂକାର କ୍ରୋଧ ଖରାପ ଗୁଣଟି

ସବୁବେଳେ ତାକୁ ତ୍ୟାଗ ।।୫।।


ତିନିଟି ଜିନିଷ ଚୋରିକରି କେହି

ନେଇପାରିବେନି ଜମା

ଚରିତ୍ର ଦକ୍ଷତା ଜ୍ଞାନ ଏହି ତିନି

ନାହିଁ ତାଙ୍କ ଗୁଣସୀମା ।।୬।।


ତିନିଜଣ ବ୍ୟକ୍ତି ବିପଦ ସମୟେ

ଚିହ୍ନିହୁଏ ଏମାନଙ୍କୁ

ସେଥିପାଇଁ ସର୍ବେ ସ୍ତ୍ରୀ ଭାଇ ବନ୍ଧୁଙ୍କୁ

ନିଜର ବୋଲନ୍ତି ତାଙ୍କୁ ।।୭।।


ଏ ତିନିଜଣଙ୍କୁ ସଦା ଦୟାକର

ସେମାନେ ଦୟାର ଯୋଗ୍ୟ

ଭୋକିଲା ଯେ ଲୋକ ଶିଶୁ ଓ ପାଗଳ

ଅଟନ୍ତି ଏ ତିନି ଲୋକ ।।୮।।


ତିନିଟି ଜିନିଷ ଭୁଲିବନି କେବେ

ସାହାଯ୍ୟ ମନ ଓ କର୍ମ

ନିର୍ମଳ ମନରେ ସୁକର୍ମ କରିଲେ

ହୋଇବ ସଫଳକାମ ।।୯।।


ତିନିଟି ଜିନିଷ ମନେ ରଖ ସଦା

କର୍ତ୍ତବ୍ୟ ମୃତ୍ୟୁ ଓ ସତ୍ୟ

ଜୀବନଟା ଧୀରେ ଅମୃତର ପଥେ

ଗତି କରୁଥିବ ନିତ୍ୟ ।।୧୦।।


ଏ ତିନିଜଣଙ୍କୁ ସଦା ହୃଦୟରେ

ସମ୍ମାନଟି ଦେଉଥିବ

ପିତା ମାତା ଗୁରୁ ପୂଜ୍ୟ ଏହି ତିନି

କେବେ ୟାଙ୍କୁ ନଭୁଲିବ ।।୧୧।।


ତିନିଟି ଜିନିଷ ପାଖରୁ ଦୂରେଇ

ରହିବା ଅଟେ ଉଚିତ

ସ୍ୱାର୍ଥ ନିନ୍ଦା ସହ କୁସଙ୍ଗଟି ସଦା

ନାଶେ ମଣିଷର ଚିତ୍ତ ।।୧୨।।


ତିନିଟି ଜିନିଷ ପରଦା ଭିତରେ

ରହିବା ସର୍ବଦା ଯୋଗ୍ୟ

ଧନ ଓ ଭୋଜନ ପତ୍ନୀ ପ୍ରଭୃତିଙ୍କୁ

କରିବ ଯତନେ ଭୋଗ ।।୧୩।।


ଏ ତିନି କାହାକୁ ଅପେକ୍ଷା କରେନି

ଜୀବନରେ କଦାଚନ

ସମୟ ମୃତ୍ୟୁ ଓ ଗ୍ରାହକ ତିନିଏ

ଗତି ତାଙ୍କ ତତ୍ କ୍ଷଣ ।।୧୪।।


ସତ୍ୟ ଦୟା କ୍ଷମା ଆଧ୍ୟାତ୍ମିକ ଗୁଣ

ଏ ତିନି ଧର୍ମ ରତନ

ପାଳୁଥିଲେ ସଦା ଅମର ରହିବ

ଆମର ପ୍ରିୟ ଜୀବନ ।।୧୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action