STORYMIRROR

pranati Mahapatra

Action Inspirational

3  

pranati Mahapatra

Action Inspirational

ଆପେ ଆସ

ଆପେ ଆସ

1 min
174

ତୁମେ ଅଛ ମୋର ଅନ୍ତରେ ଅନ୍ତରେ

ପ୍ରତିକ୍ଷଣ ପ୍ରତି ରକ୍ତକଣିକାରେ,

ନିଶ୍ଵାସେ ବିଶ୍ଵାସେ ଭାବନା ରାଇଜେ

ଚିନ୍ତା ଚେତନା ହୃଦ କନ୍ଦରରେ।

ତୁମେ ଅଛ ବୋଲି ମୁଁ ପାରିଛି ବଞ୍ଚି

ତୁମକୁ ନେଇ ମୁଁ ଚାଲୁଛି ପଥ,

ତୁମରି ଆଜ୍ଞାରେ କରେ ସର୍ବ କର୍ମ

ଜାଣିଛି ତୁମେ ମୋ ଆଦିଅନ୍ତ।

କଢାଇ ନିଅ ଯେ ରହି ଅନ୍ତରାଳେ

କେଉଁ ପଥେ ଗଲେ ନ ପଡେ କଣ୍ଟା,

ଦିବସ ଶର୍ବରୀ ତୁମକୁ ସ୍ମରି

ତୁମେ ଥାଅ ପାଖେ ନାହିଁ ମୋ ଚିନ୍ତା।

ତୁମେ ତ ଆରମ୍ଭ ତୁମେ ହିଁ ତ ଶେଷ

ଜନନୀ ଗରଭୁ ଦେଖେ ତୁମକୁ,

ସଂସାର ଜଞ୍ଜାଳେ ବାନ୍ଧିଛ ମାୟାରେ

ତଥାପି ତା ମଧ୍ୟେ ଦେଖେ ତୁମ୍ଭଙ୍କୁ।

କେତେବେଳେ ତୁମେ ହସି ହସାଉଛ 

କନ୍ଦାଅ ତ କେତେବେଳେ,

ସୁଖ ଖୁସି ଥାଇ ଭୁଲିଯିବି ବୋଲି

ଆପେ ଆସ ମୋ ଦୁଃଖ ବେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action