ପାଦ
ପାଦ
ଅଭିଶପ୍ତ ଏଇ ଛଳନାର ପୃଥିବୀରେ
ସମୟର ସେଇ ଶେଷହୀନ ପଥରେ
ସେ ପାଦ ଥାପି ଥାପି ଚାଲିଥିଲା ଅନେକ ଦିନ
ଏକା ଏକା ସତେକି ନିର୍ବାଣ ସନ୍ଧାନରେ ,
ମନରେ ଅସ୍ଥିର ଭାବନା ନିଜ ଅସ୍ତିତ୍ବକୁ ନେଇ
ଜନ୍ମରୁ ମୃତ୍ୟୁ ଯାଏ ଅନ୍ତର୍ନିହିତ ଯାତ୍ରାର ଶେଷନାହିଁ ,
ପାଦର ଯନ୍ତ୍ରଣା ଧିରେଧିରେ ଏବେ ତା ମନ ମସ୍ତିଷ୍କରେ
ହଁ ଜୀବନର ଅପରାହ୍ନରେ କେତୋଟି ନିଃଶ୍ବାସ ପାଇଁ ,
ଇଛାମାନେ ବାଟବଣା ହୋଇ ନିଃଶେଷ ହେଲେ
କେବେଠୁ ଅଥଳ ବିଷାଦର ଅନନ୍ତ ଆଲିଙ୍ଗନରେ,
ଏପଟେ ଶୁଖିଲା ଖାଁ ଖାଁ କଂକ୍ରିଟ ର ରାସ୍ତା ସବୁଠି
ପାଦେ ଚାଲିବାକୁ ନାହିଁ ସବୁଜିମା କଳାଧଳା ଜୀବନରେ ,
ଦିନ ଢଳିଲାଣି କି କ'ଣ କେଜାଣି କିଏ କହିବ
ବଦନାମ ହୋଇଲେ ଥରେ
ଏ ପାଦ ଅଫେରା ରହିଵ ,
ଜହ୍ନକୁ ଦେଖି ନଥବା ଆଖି ରାତିକୁ ବୁଝି ନ ଥିବା ମନ
ସବୁଦିନେ ଯନ୍ତ୍ରଣା ଜର୍ଜରିତ
ଆଗକୁ ବି ଯନ୍ତ୍ରଣାମୟ ହୋଇଵ ,
ଆକାଶର ଛାତିରେ ପାଦ ଥୋଇ ଚାଲିବା
ମୁଷ୍ଟିମେୟ ଲୋକଙ୍କ ଭାଗ୍ୟରେ ଘଟେ
ଅନ୍ୟଥା କାହା କାହା ପାଦରେ ବି କ୍ରୁଶବିଦ୍ଧ ହୁଏ
ବିଧିର ବିଡମ୍ବନା ଛୁଇଁ ଯାଏ ଯେବେ ଲଲାଟେ ।
