STORYMIRROR

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ଅନ୍ଧକାର ଜ୍ଞାନ

ଅନ୍ଧକାର ଜ୍ଞାନ

1 min
162

(( ଅନ୍ଧକାର ଜ୍ଞାନ ))


ଆଲୁଅ ଯେପରି ଅନ୍ଧାର ସେପରି 

ଦୁହେଁ ଲୋଡା ଜୀବନରେ

ଅନ୍ଧାର ପ୍ରଦାନ କରେ ଶାନ୍ତି ପୁଣି 

ଶୀତଳତା କର୍ମ କ୍ଳାନ୍ତ ଶରୀରରେ !!


କର୍ମ ମୁଖର ଏ ସଂସାର ର ନିତି

ଚକ ସହ ଅଖ ଘୂରିଯାଏ

କ୍ଷଣ କେ ଆନ ଏ ସଂସାର ବନ୍ଧନ

ଜନ୍ମ ମୃତ୍ୟୁ ଅାତ ଯାତ ହୁଏ !!


ଅନ୍ଧାର ଦିଅଇ ମନରେ ସାହାସ

ବିପଦେ ଲଢ଼ିବା ପାଇଁ

ଅନ୍ଧାର ଆଲୁଅ ଗୋଟିଏ ମୁଦ୍ରାର

ବେନି ପାର୍ଶ୍ଵ ଜାଣ ତୁହି !!


ସେନେହ ସରାଗ ଆଲୁଅ ସାଜିଲେ

ଅନ୍ଧାର ମାନ ଅଭିମାନ

ଭାବି ଚିନ୍ତି ସବୁ କାର୍ଯ୍ୟ କରିଗଲେ

ନାର ଜୀବନ ଟି ଜାଣ ଧନ୍ୟ !!


ଦିନ ର ସୁରଜ ତେଜିୟାନ ପରା

ରାତିରେ ତାରକା ଜହ୍ନ

ଏକ ପରେ ଆନ ହୁଏ ବିବର୍ତ୍ତନ

କ୍ଷଣ ଭଙ୍ଗୁର ମଣିଷ ଜୀବନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action