STORYMIRROR

କଳ୍ପନା ରାୟ

Action Classics Inspirational

3  

କଳ୍ପନା ରାୟ

Action Classics Inspirational

ଅମାବାସ୍ୟା

ଅମାବାସ୍ୟା

1 min
311


ଅମାବାସ୍ୟା, ତୋର ରୂପ ସିନା କଳା କିଟିକିଟି

କିନ୍ତୁ ତୁ କେଡେ ସ୍ମୃତିକୁ ନ ରଖିଛୁ ସାଉଁଟି !!

ତୋରି ପକ୍ଷକୁ ତ ବାଛିଲେ କୃଷ୍ଣ

ଜନ୍ମ ନେବାକୁ ମର୍ତ୍ତ୍ୟରେ ମନୁଷ୍ୟ ରୂପ ଧରି

ତୋରି ଲଗ୍ନରେ ହୁଏ ଜଗନ୍ନାଥଙ୍କ ଚିତାଲାଗି


ଅମାବାସ୍ୟାରେ ମୃଣ୍ମୟୀ ପ୍ରତିମାଙ୍କ ଖଡିଚଢା

ପୁଣି ସେହିଦିନ ସମଲେଶ୍ବରୀ ହୁଅନ୍ତି ଧବଳମୁଖୀ

ଅନ୍ଧକାର ହିଁ ଆଲୋକର ସୂଚନା ପ୍ରଦାନକାରୀ

ଦିପାବଳୀ ଅମାବାସ୍ୟାରେ ଲୋକେ ଦୀପରେ ସଜାନ୍ତି 

ଆଲୋକମାଳାରେ ପୃଥିବୀ କେତେ ସୁନ୍ଦରୀ !!!


ତ୍ରିବେଣୀ ଅମାବାସ୍ୟା ତ ମାଆ ବିରଜାଙ୍କ ଜନ୍ମୋତ୍ସବ

ମାଘ ଅମାବାସ୍ୟାରେ ହୁଏ ହଳ ନିଷେଧ

ଋକ୍ମିଣୀ ଅମାବାସ୍ୟା ପୁଣି କୃଷ୍ଣଙ୍କର ପ୍ରାଣ

ବୈଶାଖ ଅମାବାସ୍ୟା ତ ସଧବା ନାରୀଙ୍କ ଦିନ

ମନପ୍ରାଣ ଦେଇ ସ୍ଵାମୀ ଆୟୁଷ ପାଇଁ ପୂଜନ୍ତି ନାରାୟଣ ।


ଆଷାଢ଼ ଅମାବାସ୍ୟାରେ ଲାଗେ ଜଗନ୍ନାଥଙ୍କ ଭିଡ

ଏତେ ସବୁ ପର୍ବ ସାଇତିଛୁ ତୋ ବକ୍ଷର

ଅନ୍ଧାର ହିଁ ଦେଖାଇଥାଏ ଆଲୋକର ପଥ

ଅଜ୍ଞାନତା ହିଁ ଦେଖାଇଥାଏ ଜ୍ଞାନର ଜୀବନ

ଭାବ ଆଡ଼କୁ ଟାଣି ନେଇଥାଏ ଅଭାବ

ସେଇଥିପାଇଁ ହିଁ ହୁଏତ ତୋର ଏତେ ଆଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action