STORYMIRROR

Dharitri Das

Action

3  

Dharitri Das

Action

ଅନ୍ଧକାର

ଅନ୍ଧକାର

1 min
222


ଅନ୍ଧକାରେ ରହିରହି ଭୁଲି ଗଲିଣି

                ଆଲୋକକୁ ମୁହିଁ

ଆଲୋକର ଆବଶ୍ୟକତା ଆଉ କିଛି

               ଲୋଡ଼ା ହେଉନାହିଁ।

ଜୀବନରେ ଆଲୋକକୁ ପାଇବା ପାଇଁ

                କରି ସତ ଚେଷ୍ଟା

ପ୍ରତିଥର ବିଫଳ ହୋଇଅଛି ମୋର

                ସାଧନାର ନିଷ୍ଠା।

ବାରବାର ହାତ ପାହାନ୍ତାରୁ ଦୁରେଇ

               ଯାଉଛି ଆଲୋକ

ସେଥିପାଇଁ କରୁନାହିଁ ଆଜି ବି ମୁହିଁ

               ତାହାପାଇଁ ଶୋକ।

ଅନ୍ଧକାରେ ରଖିବା ଯଦି ତୁମ ଇଚ୍ଛା

                ଆଦରିବି ତାକୁ

ସ୍ୱାଗତ କରିବି ସଦା କାଳେ ହୃଦୟେ

                ମୁଁ ଅନ୍ଧକାରକୁ।

ତୁମ ଇଚ୍ଛା ଅନୁସରି ଚାଲିବି ପଥ

               ଆହେ ଜଗନ୍ନାଥ

ମନେ ମୋର ଶକତି ଦିଅ ଭରି ପ୍ରଭୁ

               କମଳାର କାନ୍ତ।

କରୁଅଛି ଶତବାର ପ୍ରଣିପାତ ମୋ

               ଘେନ ଶିରିପତି

ତୁମ ଆଶୀର୍ବାଦେ ଅତିକ୍ରମ କରିବି

               ଅନ୍ଧକାରେ କ୍ଷିତି।

ତୁମେତ ମୋହର ପ୍ରଦୀପର ଶିଖା

               ହୋଇବ ସତରେ

ଅନ୍ଧକାରେ ବାଟ ଦେଖାଇବ ମୋତେ

              ମୋ ଚଲା ପଥରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action