ଅନ୍ଧକାର
ଅନ୍ଧକାର
ଅନ୍ଧକାରେ ରହିରହି ଭୁଲି ଗଲିଣି
ଆଲୋକକୁ ମୁହିଁ
ଆଲୋକର ଆବଶ୍ୟକତା ଆଉ କିଛି
ଲୋଡ଼ା ହେଉନାହିଁ।
ଜୀବନରେ ଆଲୋକକୁ ପାଇବା ପାଇଁ
କରି ସତ ଚେଷ୍ଟା
ପ୍ରତିଥର ବିଫଳ ହୋଇଅଛି ମୋର
ସାଧନାର ନିଷ୍ଠା।
ବାରବାର ହାତ ପାହାନ୍ତାରୁ ଦୁରେଇ
ଯାଉଛି ଆଲୋକ
ସେଥିପାଇଁ କରୁନାହିଁ ଆଜି ବି ମୁହିଁ
ତାହାପାଇଁ ଶୋକ।
ଅନ୍ଧକାରେ ରଖିବା ଯଦି ତୁମ ଇଚ୍ଛା
ଆଦରିବି ତାକୁ
ସ୍ୱାଗତ କରିବି ସଦା କାଳେ ହୃଦୟେ
ମୁଁ ଅନ୍ଧକାରକୁ।
ତୁମ ଇଚ୍ଛା ଅନୁସରି ଚାଲିବି ପଥ
ଆହେ ଜଗନ୍ନାଥ
ମନେ ମୋର ଶକତି ଦିଅ ଭରି ପ୍ରଭୁ
କମଳାର କାନ୍ତ।
କରୁଅଛି ଶତବାର ପ୍ରଣିପାତ ମୋ
ଘେନ ଶିରିପତି
ତୁମ ଆଶୀର୍ବାଦେ ଅତିକ୍ରମ କରିବି
ଅନ୍ଧକାରେ କ୍ଷିତି।
ତୁମେତ ମୋହର ପ୍ରଦୀପର ଶିଖା
ହୋଇବ ସତରେ
ଅନ୍ଧକାରେ ବାଟ ଦେଖାଇବ ମୋତେ
ମୋ ଚଲା ପଥରେ।
