STORYMIRROR

DR SAMIR RANJAN BEHERA

Abstract Action Inspirational

3  

DR SAMIR RANJAN BEHERA

Abstract Action Inspirational

ନାଲିରକ୍ତ

ନାଲିରକ୍ତ

1 min
162

କବିତା ପର୍ବ ବିଷୟ(ନଭେମ୍ବର 21) :- ନାଲି ରକ୍ତ 


    ହିନ୍ଦୁ ଅବା ମୁସଲିମ 

    ଜୈନ ଅବା ଖ୍ରୀଷ୍ଟିଆନ 

    ସବୁ ଭଗବାନ ଙ୍କ ସନ୍ତାନ 

    ଯୀଶୁ ଆଲ୍ଲା ମହାଵୀର ଙ୍କ ସନ୍ତାନ 

   ରାସ୍ତା ସିନା ଅନେକ କିନ୍ତୁ ଲକ୍ଷ ଏକ 

   ହଜି ଯିବାକୁ ହୁଏ ସେଇ ଓଁକାର ପଥ ll


   କେତେ କେତେ ଗୋଷ୍ଠୀ କନ୍ଦଳ 

   ବିବାଦ ଜାତି ଧର୍ମର 

   ବିବାଦ ଈଶ୍ୱର ବିଭାଗ ର 

   ସଂକୀର୍ଣ୍ଣ ମନୋଭାବ ର

   ଆଉ ରକ୍ତପାତ ହୁଏ ଗୋଷ୍ଠୀ ଗୋଷ୍ଠୀ ର 

   ବସ ହେଇ  କ୍ରୋଧ ହିଂସା ର ll


   ସେଦିନ ହିନ୍ଦୁ ମୁସଲିମ ର ବିବାଦ ତେଜିଲା 

   ସହର ର ଗଳି କନ୍ଦିରେ 

   ଗରମ ଆଉ ତେଜିଆନ ରକ୍ତର ଆହ୍ୱାନ 

   ହିନ୍ଦୁ ମୁସଲିମ ରକ୍ତ ର ହିଂସା ର ସଂଘର୍ଷ 

   ରକ୍ତାକ୍ତ ହେଇଉଠୁଥିଲା ସହର 

   ବିଭେଦ ଥିଲା ରକ୍ତ ରକ୍ତ ର 

   ହେଲେ ମୁଁ ଦେଖୁଥିଲି ଖାଲି ନାଲିରକ୍ତ 

   ମୁସଲିମ ଭାଇର ବି ଆଉ ହିନ୍ଦୁ ଭାଇ ର ବି ll

   


   

    


Rate this content
Log in

Similar oriya poem from Abstract