STORYMIRROR

Yudhisthira Lenka

Action Inspirational

3  

Yudhisthira Lenka

Action Inspirational

ଭଡାଘର

ଭଡାଘର

1 min
355

ଭଡାଘର ଲାଗିଥାଏ ଅତ୍ୟନ୍ତ ସୁନ୍ଦର

ଉତ୍ତେଜନା ନଥାଏ ରକ୍ଷଣାବେକ୍ଷଣର ।।୧।।


ଭଡାଘରେ ଲୋକ ଯାଇ କାହିଁକି ରୁହଇ

ସହରକୁ ଯାଏ ଗାଁରୁ ଚାକିରୀଟେ ପାଇଁ ।।୨।।


ଜୀବନ ନିର୍ବାହ ପାଇଁ ଚାକିରୀଟେ କରେ

ବାଧ୍ୟ ହୋଇ ରହେ ସହରର ଭଡାଘରେ ।।୩।।


ଧୀରେ ଧୀରେ ଭଡାଘରକୁ ଭାବି ନିଜ ଘର

ମାଲିକ ଡରରେ କରେ ସଫା ଓ ସୁତର ।।୪।।


ଭଡାଟିଆ ବୋଲି ତାକୁ ମାଲିକ ଡାକଇ

ବ୍ୟଥା ହୀନିମାନେ ଭଡାଘରେ ଚଳିଥାଇ ।।୫।।


ଚାକିରୀ ଜୀବନେ ଭାରି ହିନସ୍ତା ହୁଅଇ

ବାରମ୍ବାର ନାନା ଭଡାଘର ବଦଳାଇ ।।୬।।


ସମୟକ୍ରମେ ଚାକିରୀ ଜଞ୍ଜାଳ ସରଇ

ଭଡାଘର ଛାଡି ନିଜଘରକୁ ଫେରଇ ।।୭।।


ଫେରିପାଏ ତାର ସେହି ପୂର୍ବର ଆନନ୍ଦ

ସ୍ୱାଧୀନତା ବସବାସ ଚଳଣି ସ୍ୱଚ୍ଛନ୍ଦ ।।୮।।


ସେହିପରି ଜୀବ ନାନା ଶରୀରରେ ଯାଇ

ଭଡାଟିଆ ପରି ଦେହେ ବାସ କରିଥାଇ ।।୯।।


ପରମାତ୍ମା ଅଟନ୍ତି ଏ ଦେହର ମାଲିକ

ତାଙ୍କରି ଆଦେଶେ ଜୀବ ଏଘରେ ସେବକ ।।୧୦।।


ନିତି ପ୍ରତିଦିନ ସିଏ ଯୋଗାନ୍ତି ଆହାର

କ୍ଷୁଧାର୍ଥୀ ଯେଣୁଟି ଜୀବ ଭୁଞ୍ଜଇ ସତ୍ତ୍ଵର ।।୧୧।।


ସୁଖ ଦୁଃଖ ଫଳ ଜୀବ ଭୁଞ୍ଜଇଟି ନିତି

ସାକ୍ଷୀରୂପେ ପରମାତ୍ମା ଦେଖୁଥାନ୍ତି ଗତି ।।୧୨।।


କର୍ମଫଳ ଦେଉଥାନ୍ତି ଜୀବକୁ ବିଚାରି

ଭୁଞ୍ଜୁଥାଏ ଜୀବ ସଦା ଭାଗ୍ୟକୁ ଆଦରି ।।୧୩।।


କରିକରାନ୍ତି ସେ ଜୀବ ନିମିତ୍ତ ମାତର

ଦେହରଥେ ସେ ସାରଥୀ ଜୀବ କହେ ବୀର ।।୧୪।।


ଜୀବ ଭାବେ ଶରୀରକୁ ତାର ନିଜଘର

ଭୁଲିଥାଏ ସେ ଯେ ମୁକ୍ତ ସେ ଅଟେ ଅମର ।।୧୫।।


ଅମର ଦିବ୍ୟଧାମ ହିଁ ତାର ନିଜ ଘର

ଭଡାଘର ଛାଡି ଯିବା ସଜବାଜ କର ।।୧୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action