ଦନାର ମାଝୀ
ଦନାର ମାଝୀ
ଦାନ ମାଝୀ
ଦରିଦ୍ର ନିଷ୍ପେଷିତ ମଣିଷଟେ l
ମାତ୍ର ପ୍ରତୀକ ସିଏ
ସ୍ୱାଭିମାନର,
ନିଚ୍ଛକ ପ୍ରେମ ର,
କର୍ମବୀରର l
ସ୍ତ୍ରୀର ଶବକୁ ଗାଁକୁ
ନେବା ପାଇଁ ନା ମିଳିଲା
ସରକାରୀ ସାହାଯ୍ୟ
ନା ପାଖରେ ଥିଲା ଅର୍ଥ
କାନ୍ଧରେ ବୋହି ଚାଲିଲା
ତାର ପ୍ରାଣପ୍ରିୟାକୁ l
ସମାଜକୁ ଦେଖେଇ ଦେଲା
ତାର ପାରିବାପଣିଆ,
ଦୁନିଆକୁ ଶିଖେଇ ଦେଲା
ପ୍ରକୃତ ପ୍ରେମ କଣ ?
