ତାରା
ତାରା
ସଂସାର ଭିତରେ ଜୀବନକୁ ନେଇ
କିଛି ଖୁସି ଅନୁଭବ
ଦୁଃଖ ଆସୁ ନାହିଁ ତାରା ଗଣତିରେ
ମନ ରହେ ନୂଆ ଭାବ
ସୁନ୍ଦର ଦିଶନ୍ତି ତାରା ଗଣ କେତେ
ନିତି ସଞ୍ଜବେଳେ ଦେଖା
ଗୋଟେ ପରେ ଗୋଟେ ଭରି ହୋଇଯାନ୍ତି
ପେଟ ପୁରିଯାଏ ସଖା।
ଖିଲି ଖିଲି ହସ ହସି ଉଲ୍ଲାସରେ
ଖେଳନ୍ତି ରଙ୍ଗକୁ ନେଇ
ମିଟି ମିଟି ହୋଇ ଆଲୋକ ଦେଖାଇ
ଡାକନ୍ତି ଶୁଣିଯା ଭାଇ।
ଆକାଶ ମାର୍ଗରେ ଅତି ମନୋରମ
ତାରା ପିନ୍ଧି ଚାନ୍ଦ ହସେ
ଗଗନ ପୂଝାରୀ ମନରେ ଆଦରି
ମୃଦୁ ମୃଦୁ ସ୍ମିତ ଭାସେ।
ପୀରତି ପରିଧି ଚାରି ପାର୍ଶ୍ୱ ଦେଇ
ଜହ୍ନ ରାତି ଦୃଶ୍ୟ ଭରା
ଖେଳ ଖେଳି ନିଜ ଅଭିନୟ ସାରି
ଲୁଚି ଯାନ୍ତି ବକ୍ଷେ ଧରା।