STORYMIRROR

Kusum Panda

Action

3  

Kusum Panda

Action

ତାରା

ତାରା

1 min
154


 ସଂସାର ଭିତରେ ଜୀବନକୁ ନେଇ

    କିଛି ଖୁସି ଅନୁଭବ

 ଦୁଃଖ ଆସୁ ନାହିଁ ତାରା ଗଣତିରେ

    ମନ ରହେ ନୂଆ ଭାବ

    

 ସୁନ୍ଦର ଦିଶନ୍ତି ତାରା ଗଣ କେତେ

   ନିତି ସଞ୍ଜବେଳେ ଦେଖା

 ଗୋଟେ ପରେ ଗୋଟେ ଭରି ହୋଇଯାନ୍ତି

   ପେଟ ପୁରିଯାଏ ସଖା।

    

 ଖିଲି ଖିଲି ହସ ହସି ଉଲ୍ଲାସରେ

   ଖେଳନ୍ତି ରଙ୍ଗକୁ ନେଇ

 ମିଟି ମିଟି ହୋଇ ଆଲୋକ ଦେଖାଇ

   ଡାକନ୍ତି ଶୁଣିଯା ଭାଇ।

   

 ଆକାଶ ମାର୍ଗରେ ଅତି ମନୋରମ

   ତାରା ପିନ୍ଧି ଚାନ୍ଦ ହସେ

 ଗଗନ ପୂଝାରୀ ମନରେ ଆଦରି

   ମୃଦୁ ମୃଦୁ ସ୍ମିତ ଭାସେ।

   

 ପୀରତି ପରିଧି ଚାରି ପାର୍ଶ୍ୱ ଦେଇ

    ଜହ୍ନ ରାତି ଦୃଶ୍ୟ ଭରା

 ଖେଳ ଖେଳି ନିଜ ଅଭିନୟ ସାରି 

    ଲୁଚି ଯାନ୍ତି ବକ୍ଷେ ଧରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action