STORYMIRROR

Kusum Panda

Action

3  

Kusum Panda

Action

ଶୀତ

ଶୀତ

1 min
210

ଶୀତ ଆସି ଏହି ମାସର ଆଗରେ କେତେ କଣ ସବୁ ଦେଖେଇ

ଯାହା ଇଚ୍ଛା ଥିଲା ଶୀତର ଲହରୀ ତରଙ୍ଗିଲା ଜାଣି ଫୁଲେଇ l


ଖତେଇ ହଲେଇ ଆଗେ ଆଗେ ବଢ଼ି ଡେଣା ମେଲି ଦେଲା ବଢ଼େଇ

କେତେ ମଜା ଚାଲ ଖେଳି ନିଆଁ ଆଗେ ପୁଇଁ ହେବା ମନ ହଜେଇ l


ଆ ମିତ ବସି ଚଣାମୁଢ଼ି ଖାଇ ଦିନଟାକୁ ଦେବା ହରେଇ

କୁହୁଡ଼ିରେ ମଜ୍ଜି ସାଙ୍ଗସାଥି ହୋଇ ଅତୀତକୁ ଯିବା ଭୁଲେଇ l


ମୋତି ବିନ୍ଦୁ ଦିଶେ ରୂପା ଚକ୍ ଚକ୍ ସବୁ ଦେଖୁଥିବା ଝଲସି

ଶୀତ ରାତି ପାଇଁ ଶୀତ ଲୁଗା ସବୁ ଆସିଯାନ୍ତି ପାଖେ ପରଷି l


ଶୀତ ଶୀତ ହୋଇ ସାନରୁ ବଡ଼ ଯେ ସଭିଏ ଖରାରେ ବସନ୍ତି

ଗପସପ କରି କାମ ସାରି ଦେଇ ଶୀତକୁ ପାଖରୁ ହଜାନ୍ତି l



Rate this content
Log in

Similar oriya poem from Action