ଦୁଇଯୋଡ଼ା ଆଖି
ଦୁଇଯୋଡ଼ା ଆଖି
ଦୁଇଯୋଡ଼ା ମଣିଷର ହେଉ
ଅବା ଭଗବାନଙ୍କର
ମଣିଷର ଢଳଢଳ ଛଳଛଳ
ଶାଶ୍ୱତ ସମାହିତ ଭରସାରେ ଦେବ ଦେବୀଙ୍କର
ଆଖିତଳେ ଅଶ୍ରୁ ଥାଏ ଲୁଚିଛପି ଖୋଜୁଥାଏ ବାଟ
ବହିବାକୁ ଦୁଇଧାର ଅବା ଫୁଟିବାକୁ ପଣତେ କାହାର
ଅନୁକମ୍ପା ଆର୍ଶୀବାଦ ଲୁଚିଥାଏ ଠାକୁରଙ୍କ ଆଖିରେ
ଭାବ କୁ ଅଭାବ, ସ୍ପନ୍ଦନ ସମ୍ମୋହନ ଚକାଆଖିରେ
ଯେବେ ମଣିଷ ଅଂହକାରେ ଆଖି ର ସୌନ୍ଦର୍ଯ୍ୟ ହରାଏ
ନିରହଂକାର ଆଖି ଭଗବାଙ୍କର ସବୁଦେଖୁଥାଏ
ସମୟ ଓ କର୍ତ୍ତବ୍ୟ ବୋଧ ରେ ଦୁହିଁଙ୍କ ଆଖି ଝଲସୁଥାଏ l
