STORYMIRROR

Dharitri Das

Action Inspirational

3  

Dharitri Das

Action Inspirational

ଭୁଲ ଠିକଣା

ଭୁଲ ଠିକଣା

1 min
188

ସତ୍ୟପଥ ସନ୍ଧାନ କରିବାକୁ ଗଲି

ବୁଲିବୁଲି ବେଦମ ହୋଇ ମୁଁ ରହିଲି।

ଶେଷରେ ଭୁଲ ଠିକଣାରେ ପହଞ୍ଚିଲି

ହରିନାମ ଛାଡି କୁସଙ୍ଗରେ ପଡିଲି।

ଦିନୁଦିନ ମୋର ହୋଇଲା ଅଧୋଗତି

ଭୁଲିଗଲି ମୁହିଁ ସଂସାର ରୀତିନୀତି।

ମଦ୍ୟପ ଜୁଆଖେଳେ ମାତି ଦିନରାତି

ଦୈନନ୍ଦିନ କରୁଥିଲି ନିଜର କ୍ଷତି।

ଯେଉଁଦିନ ଭୁଲିଲି ମୁଁ ଠିକଣା ମୋର

ତୋହ ଠାରୁ ଚାଲିଗଲି ବହୁତ ଦୂର।

ଏକଥାକୁ ଜାଣିପାରୁ ନଥିଲି ମୁହିଁ

କାରଣ ଯାଇଥିଲି ବାଟବଣା ହୋଇ।

କେଉଁ ଜନ୍ମେ କରିଥିଲି କେଜାଣି ତପ

କାର୍ତ୍ତିକ ବ୍ରତୀଙ୍କ ସଙ୍ଗେ ଜାଳିଲି ଦୀପ।

ସେହି ଦୀପ ଶିଖା ବଦଳାଇ ଜୀଵନ

ଆଲୋକିତ କରିଲା ମୋର ତନୁ ମନ।

ଉଭାଇ ଗଲା ସେଦିନୁ ମୋର ଦୁର୍ଦ୍ଦିନ

ବିଭୁଙ୍କ କୃପାରୁ ଆସିଗଲା ସୁଦିନ।

ସେଦିନ ବୁଝି ଭୁଲ ଠିକଣାକୁ ମୋର

ଆଶ୍ରିତ ହୋଇଲି ମୁଁ ତୁମ୍ଭ ଶ୍ରୀପୟର।

ତୁହି ଏକ ସାଥି ହୋଇଲୁ ଦାମୋଦର

ଠିକଣାରେ ପହଞ୍ଚାଇ ଦେଲୁ ମୋହର।

ସଦା ସର୍ବଦା ଭଜୁଥିବି ତୋର ଗୁଣ

ତୋଳି ତୋ ଦୁଆରେ ଆମ୍ବପତ୍ରେ ତୋରଣ।

କରୁଛି ବିନତି ଆହେ ଜଗତର ପତି

ଦୁରେଇ ରଖନ୍ତୁ ଭୁଲ ଠିକଣାରୁ ମତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action