STORYMIRROR

Lopamudra Parida

Abstract Action

3  

Lopamudra Parida

Abstract Action

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
223


ଅଭିପ୍ସାର ଅଭିଲେଖାକୁ ଜାବୁଡି ଧରି ଅହଲ୍ଯା ପାଲଟିବା 

ବେଣୁସ୍ବରରେ ବିସ୍ମିତା ହୋଇ ହଜିଯିବା 

ପଂକ୍ତି ସବୁକୁ ପାଖୁଡା କରି ଉଡେଇଦବା 

ଶେଫାଳୀର ସୁରଭି ସ୍ପର୍ଶରେ ଶୁଭ୍ରା ଦିଶିବା 

ଅନ୍ତରର ଅଭିବ୍ଯକ୍ତି ସବୁରେ ଅଭିଭୂତ ହୋଇ 

ଅଭିଲିପିରେ ଧାଡିକି ସଜେଇବା 

ମଧୁମୟୀ ମାଳତୀ ଲତାରେ ମଲ୍ହାର ତୋଳିବା 

ସମୀରର ତାଳେ ତାଳେ ଉର୍ମି ଭସେଇବା 

ପରେ ବି ମୁଁ ଏକା ।।


ମୋ ବୃକ୍ଷ, ତା,ଶାଖା, ସବୁ ପ୍ରଶାଖାରେ ଖୁନ୍ଦି ଥିବା ସରସତା

ସବୁଜିମାର କୋମଳତାରୁ ଗାଢ ହବା ଯାଏଁ 

ଶେଷରେ ବୃନ୍ତଚ୍ଯୁତ ହୋଇ ଭୂପତିତ ହବାଯାଏ 

ମୁଁ ଏକା ।।


ସ୍ବପ୍ନ କୁ ଛୁଁ ଛୁଁ 

ହାତ ପାପୁଲିରୁ ଚଟ୍ କି ଖସି ଯାଇ 

ଝଣ୍ କରି ଚୁନା ହୋଇଯିବା 

ମାଟିର ମୃର୍ଣ୍ଣୟୀ ଦେଉଳ 

ବାଲୁକା ବକ୍ଷରେ ମିଳେଇଯିବା 

କଫନ ତଳେ ସ୍ମିତହାସରେ ମୁରୁକିବା 

ଅନେକ ମାଇଲ୍ ଖୁଣ୍ଟର ଦମ୍ଭ ନେଇ

ଆକାଶରୁ ପଡିଥିବା ପ୍ରତିଟି ଜଳବିନ୍ଦୁକୁ ସାଇତିବା 

ନିର୍ଝରିଣୀର ଜନନୀ ହେବା 

ଫମ୍ପା ଖପୁରି ମୋର ମାଟିଆରୁ ହୀରା ପାଲଟିବା ଯାଏଁ 

ମୁଁ ଏକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract