STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଦନାର ମାଝୀ

ଦନାର ମାଝୀ

1 min
264

ଦାନ ମାଝୀ ସ୍ତ୍ରୀ ଶବ କୁ ବୋହି 

ପତ୍ନୀ ର ମୃତ୍ୟୁରେ ଥଳକୂଳ ନପାଇ 

ନିଜ କାନ୍ଧରେ ନେଲା ବୋହି 

ଯେମିତି ଜୀବନ ସାରା ଆଉଟି ପାଉଟି 

ଦୁହେଁ ପରସ୍ପର ଦୁହିଁଙ୍କ ପାଖେ ଥିଲେ ଠିଆ ହୋଇ 

ଅସହାୟ ସମୟକୁ ଦୁର୍ଦ୍ଦିନ ର ଝଡ଼ କୁ ଖାତିର ନକରି 

ସ୍ତ୍ରୀ ମୃତ୍ୟୁ ପରେ ହେଲା ହଇଚଇ 

ଦାନମାଝି ତୁ ଦନାର ମାଝୀ ଗଲୁ ହୋଇ 

ସେଦିନ ସିନା କେହି ତୋ କାନ୍ଧରେ କାନ୍ଧ ଦେଲେ ନାହିଁ 

ଏମିତି ଅନୁକୂଳ ଝଡ଼ ବହିଲା ତୁ ବଂଚିଗଲୁ ପରିଚୟ ପାଇ 

ତୋ ପାଖେ ଏଵେ ସବୁ ଅଛି, ହେଲେ ସେ ଟିକି ଝିଅଟା 

କଥା ଜାଣି ହୁଏନାହିଁ, ଦନାର ମାଝୀ ଝିଅ 

ନିଶ୍ଚୟ ଭଲରେ ଥିବ ରହି 

ଦାନ ମାଝୀ, ଦାନ ମାଝୀ ଓ ଦନାର ମାଝୀ ଭିତରେ 

କେତେ ପାର୍ଥକ୍ୟ ବୁଝିବାକୁ ଝିଅଟିଏ ସେହି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract