STORYMIRROR

MADHU MITA

Abstract Fantasy Inspirational

3  

MADHU MITA

Abstract Fantasy Inspirational

ଜୀବନ୍ତ ସନେଟ୍

ଜୀବନ୍ତ ସନେଟ୍

1 min
208

ତୁ ଟିକେ ଆଗେଇ ଆସିଲୁନି

ମୁଁ ବି ଆଗକୁ ଯାଇ ପାରିଲିନି

କାହାଣୀଟା ସେମିତି ହିଁ ରହିଗଲା

କେବେ ସମାପ୍ତ ହୋଇ ପାରିଲାନି ।


ଖରା ବର୍ଷା କି ଶୀତ କାକର

କେହି କେଉଁଠି ଅଟକି ଗଲେନି

ହେଲେ ତୁ ଟିକେ ଆଗେଇ ଆସିଲୁନି

କି ମୁଁ  ଆଗକୁ ଆସିବା ସମ୍ଭବ ହେଲାନି ।


କବିତାର ଛନ୍ଦଟା ହଜିଗଲା

ସୁରତାଳର ଲୟଟି ମିଳିଲାନି

ଗୀତ କି ଗପରେ କହି ହେଲାନି

ମନର କଥା କେବେ ସରି ପାରିଲାନି


କିନ୍ତୁ ତୁ ଆଗେଇ ଆସି ପାରିଲୁନି କି ମୁଁ ବି ଆଗକୁ ବଢ଼ି ପାରିଲିନି

ଜୀବନ ଯାତ୍ରାର ଗାଥାଟି ବୋଧେ ଏମିତି ହିଁ ରୁହେ ସମାପ୍ତ ହୁଏନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract