ଜୀବନ୍ତ ସନେଟ୍
ଜୀବନ୍ତ ସନେଟ୍
ତୁ ଟିକେ ଆଗେଇ ଆସିଲୁନି
ମୁଁ ବି ଆଗକୁ ଯାଇ ପାରିଲିନି
କାହାଣୀଟା ସେମିତି ହିଁ ରହିଗଲା
କେବେ ସମାପ୍ତ ହୋଇ ପାରିଲାନି ।
ଖରା ବର୍ଷା କି ଶୀତ କାକର
କେହି କେଉଁଠି ଅଟକି ଗଲେନି
ହେଲେ ତୁ ଟିକେ ଆଗେଇ ଆସିଲୁନି
କି ମୁଁ ଆଗକୁ ଆସିବା ସମ୍ଭବ ହେଲାନି ।
କବିତାର ଛନ୍ଦଟା ହଜିଗଲା
ସୁରତାଳର ଲୟଟି ମିଳିଲାନି
ଗୀତ କି ଗପରେ କହି ହେଲାନି
ମନର କଥା କେବେ ସରି ପାରିଲାନି
କିନ୍ତୁ ତୁ ଆଗେଇ ଆସି ପାରିଲୁନି କି ମୁଁ ବି ଆଗକୁ ବଢ଼ି ପାରିଲିନି
ଜୀବନ ଯାତ୍ରାର ଗାଥାଟି ବୋଧେ ଏମିତି ହିଁ ରୁହେ ସମାପ୍ତ ହୁଏନି ।
