ମୋ' କାନଭାସରେ ତୁମେ
ମୋ' କାନଭାସରେ ତୁମେ
ରୂପ କଳ୍ପର ତୂଳୀରେ ଅଙ୍କା
ରୂପମତି ମୋନାଲୀସା ।
କବିର ଲେଖନୀ ଲେଖେ ତୁମ ଗାଥା
ପ୍ରଣୟ ମିଶ୍ରିତ ଭାଷା ।।0॥
ତୁମେ କି ଚପଳା ମେଘ ମେଖଳାରେ ।
ନଦୀ କି ଅଳକାନନ୍ଦା ।
ତୁମେ ଝୁମୁଥାଅ ନିଦାଘ ଛାତିରେ
ସରମୀ ଚପଳ ଛନ୍ଦା ।
ତୁମେକି ଆଳାପ ବିଳାପ ମନର
ବିରହ ପ୍ରାଣର ଆଶା ।।୧।।
ରୂପକଳ୍ପର ତୂଳୀରେ
ବାହାନାର ତୁମେ ନୂଆ ନାଆଁଟିଏ
ହସର ପସରା ତଳେ ।
ଉଙ୍କି ମାରୁଥାଏ ମାଦକତା କେତେ
କବିର ପ୍ରାଣକୁ ଜାଳେ ।
ତୁମେ ପ୍ରତ୍ଯାଶାର ସମବେଦନା ଗୋ
ଆକୁହା ମନର ଭାଷା ।।୨।।
ରୂପକଳ୍ପର ତୂଳୀରେ ଅଙ୍କା