Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Fantasy Inspirational Children

4  

BULU BEHERA

Fantasy Inspirational Children

ମୋ' ଗାଡି

ମୋ' ଗାଡି

2 mins
329


କାଗଜର ରାସ୍ତା ଉପରେ


         ଚାଲେ ଗାଡି ଧୀରେ ଧୀରେ,


 ଗୋଟେ ଚକର ସାହାଯ୍ୟରେ


         ଯାଏ  ମନ୍ଥର  ଗତିରେ l  l 1l

         


 ଗାଡିର ରାସ୍ତା ଦେଖିବାକୁ


          ବଗର  ପର  ଆକୃତି,


ଲୋକମାନେ  ସେହି ରାସ୍ତାରେ


           କେବେ ନ  କରନ୍ତି  ଗତି l (2)


ଦୁର୍ଘଟଣା  ଘଟଇ ନାହିଁ


          ସେ ଜନାକୀର୍ଣ୍ଣ  ରାସ୍ତାରେ,


 ସୁରକ୍ଷା ଦାୟକ ଅଟଇ


          ସବୁ  ସଡ଼କ  ମଧ୍ୟରେ l l3l



ଏପରି ରାସ୍ତା ତୁମ୍ଭେମାନେ


           ଆଉ କେଉଁଠି ଦେଖିଅଛ କି,


ଏତେ  ସୁନ୍ଦର ଓ  ସୁରକ୍ଷା


          ଆଉ କେଉଁଠି ଦେଖିଛ କି  l l4l



ଦୁଇ ପାର୍ଶ୍ଵରେ କୌଣସି


          ବୃକ୍ଷ ଦେଖାଯାଏ ନାହିଁ,


 ଯେଉଁଆଡେ ତୁମେ ଚାହିଁବ


           ଖାଲି  ଧବଳ ଦିଶଇ l l 5l



ଏହି ରାସ୍ତାର କଡେ କଡେ


           ଜନ ଵସତି ନ  ଦିଶେ,


 ଚାରିଆଡେ  ମରୁଭୂମିର 


          ଶୋଭେ ପ୍ରାକୃତିକ ଦୃଶ୍ୟେ l l6l



ଯେଉଁ ଗାଡି ଏ ପଥେ ଯାଏ


          ବିକ୍ରି  ହୁଏ  ଦୋକାନରେ,


ଯାହା ଇଚ୍ଛା ହେଲା ସେ  କିଣିଲା


          ଟଙ୍କା ଦେଇ ସେ ଖୁସିରେ l l7l



ଏକ ଟଙ୍କା ଠାରୁ ଆରମ୍ଭି


          ବହୁ  ମୂଲ୍ୟ ଯାଏଁ ଅଛି


 ଯାହାର ପସନ୍ଦ ହେଲା ସେ


           ଗାଡିକୁ  କିଣି  ନେଉଛି l l8l



କିଣିଲା ବେଳେ ଗରାଖକୁ


            ନେବାକୁ  ହୁଅଇ  ରାସ୍ତା,

 

 ଦୁଇ ଚାରି ଟଙ୍କା ଦରରେ


           ପାଇବ ତୁମେ ବସ୍ତା ବସ୍ତା l l 9l



ପ୍ରତ୍ୟେକ ସ୍କୁଲ କଲେଜର


           ପିଲାମାନେ   କିଣିଥାନ୍ତି,


 ତାକୁ ଆଣି  ସେମାନେ  ଗୋଟେ


           ସୁନ୍ଦର  ରାସ୍ତା  ଗଢ଼ନ୍ତି l l 10l



କିଏ  କିଏ ସେହି ରାସ୍ତାକୁ


        କ୍ରୟ  କରି  ଆଣିଥାନ୍ତି ,



 ତାପରେ ଗାଡିକୁ ଧରି ସେ


          ରାସ୍ତା ଉପରେ ଚାଲନ୍ତି l  l11l



ଯିଏ ଗାଡିକୁ କିଣିଥାଏ


          ସେ ହିଁ ଗାଡିକୁ ଚଲାନ୍ତି,


 ଗାଡିର ମାଲିକ ସେ ନିଜେ


           ଓ ଡ୍ରାଇଭର ଅଟନ୍ତି l l12l



ସେହି ରାସ୍ତା ରେ ଗାଡି ଯାଏ


           ଧୀରେ ଧୀରେ ଗଡି ଗଡି,


 ତାପରେ ଗୋଟିଏ ରାସ୍ତା ସରିଗଲେ


           ଯାଏ ଅନ୍ୟ ରାସ୍ତାକୁ ମାଡି l l13l



ଗାଡିର କିଛିଦିନ ପରେ


ପେଟ୍ରୋଲ ଯେ ସରିଯାଏ,


           ଧୀରେ ଧୀରେ ତା ରାସ୍ତାରେ


           ଗାଡି ଆପେ ରହିଯାଏ  l l14l


ଡ୍ରାଇଭର ପେଟ୍ରୋଲ କିଣେ


ବହି ଦୋକାନକୁ ଯାଇ,


            ପେଟ୍ରୋଲ ପଡିଲେ ଗାଡ଼ିରେ


            ଧୀରେ ଧୀରେ ଯାଏ ଧାଇଁ  l l15l


ସରିତ ଯେପରି ଉଚରୁ


ନିମ୍ନକୁ ଗତି କରଇ ,


          ଗାଡି ସେପରି ଗତି କରେ


           ଉଚ୍ଚରୁ ନିମ୍ନକୁ ହୋଇ l l16l


ଗାଡ଼ିଭିତରେ କୌଣସି ଲୋକ


ଜମା ନ ବସନ୍ତି ,


        ଏହିପରି ଗାଡିକୁ କିଏ


       କେଉଁଠାରେ କିଏ ଦେଖିଛକି l  l17l


ଯେଉଁ ରାସ୍ତାରେ ଗାଡ଼ିଯାଏ


ସେହି ରାସ୍ତା ବନ୍ଦ ହୁଏ,


            ସବୁ ରାସ୍ତା ବନ୍ଦ ହେଲେ


           ପୁଣି ରାସ୍ତା କିଣାଯାଏ l l18l


ସେହି ରାସ୍ତାକୁ ବିକାଯାଏ


ଦୋକାନୀଵାଲା ମାନଙ୍କୁ,


             ନୂଆଁ ମାର୍ଗରେ ଗାଡିଗଲେ


             ମଜା ଲାଗେ ମାଲିକକୁ l l19l


ତାପରେ ଗାଡି ଯାଇ ରହେ


ମାଲିକର ପକେଟରେ ,


            ପକେଟ ହେଉଛି ତା ଗୃହ 


             ରହିଥାଏ ସେ ସ୍ଥାନରେ l l20l 



ପଣ୍ଡିତ ଠାରୁ ମୂର୍ଖ ଯାଏଁ


ସବୁରି ମୂଳରେ ଥାଏ,


            ଯାହାର ପାଖରେ ଗାଡ଼ିନାହିଁ


            ମୂର୍ଖ ଠାରୁ ହୀନ ସିଏ l l21l


ବିଭିନ୍ନ ପ୍ରକାର ଗାଡି


ଏବେ ସବୁ ବାହାରୁଚି,


           ଯାହାକୁ ଯେଉଁ ଗାଡି ଇଚ୍ଛା


           ସିଏ ଏହି ଗାଡିକୁ କିଣୁଛି l l22l


ମୋର ସବୁଠାରୁ ପସନ୍ଦ


ଅଟଇ ରୋନାଲଡ ଗାଡି,


             ସିଏ ମୋର ଜୀବନ ସାଥୀ


             ରହିପାରେନି ତାକୁ ଛାଡି l l23l


ଅଫିସରୁ ଆରମ୍ଭ କରି


ସବୁ ଜାଗା ମାନଙ୍କରେ,


            ଝିଅ ଠାରୁ ଆରମ୍ଭ କରି


             ସମସ୍ତଙ୍କ ପାଖରେ l  l24l


ପରୀକ୍ଷା ସମୟରେ ଚାଲେ


କ୍ଷିପ୍ର ଗତିରେ ସିଏ ମାଡି,


             ତାହାରି କୃପାରୁ ଲେଖେ ମୁଁ


             ଅକ୍ଷର ଧାଡିକୁ ଧାଡି  l l25l


ତାହାରି ଯୋଗୁଁ ମୁଁ ଲେଖୁଛି


ଗଳ୍ପ, ଗୀତ ଓ ନାଟକ,


             ଲେଖି ଲେଖି ମୁଁ ବିତାଇଛି


            ମୋ ସାରା ଜୀବନ ଯାକ l l26l


କିଏ ହୋଇଛି କବି ତ


କିଏ ହୋଇଛି ବଡ ଗାଳ୍ପିକ,


              ନାଟ୍ୟ ରଚନା କିଏ ଲେଖି


              ହୋଇଛି ଉପନ୍ୟାସିକ l l 27l


କବିବର ଓ କବିସୂର୍ଯ୍ୟ ଆଦି


ସବୁ ଯେତେ କବି,


           ତୋରି ଦ୍ୱାରା ଲେଖିଛନ୍ତି

         

         କେତେ ଗୀତ ଭାବି ଭାବି  l l28l


ତୁମ ସେବା କରିବା ପାଇଁ


ଜନମ ନେଇଛି ମୁହିଁ,


           ଧନ୍ୟ ମୁଁ ଆଜି ମନୁଅଛି

          

           ତୁମପରି ପ୍ରଭୁ ପାଇ l l 29l


ଧନ୍ୟ ଧନ୍ୟ ତୋର ଜୀବନ


ଧନ୍ୟ ତୋହର କଲମ,


             ଏହି ସଂସାରରେ ରହୁ ତୋର


             ଯୁଗ ଯୁଗକୁ ସୁନାମ l  l30l


      


Rate this content
Log in

Similar oriya poem from Fantasy