Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswinee Dash

Tragedy

4  

Manaswinee Dash

Tragedy

ମନକଲମ

ମନକଲମ

1 min
348


ବୁଝି ମୁଁ ପାରେନା, କହିବି କିପରି,

ଜୀବନରେ ଯେତେ ଦୁଃଖ ମୋହର,

ତମକୁ ଜାଣିବା କରିଦେଲି ଡେରି,

ସହିଯିବି ଭାବି ଭାଗ୍ୟ ମୋହର ।


ଆୟୋଜିତ ହୋଈ ବିବାହ ହୋଇଲା,

ଆମ ଦୁହିଙ୍କର ସମ୍ମତି କ୍ରମେ,

ସୁଖୀ ପରିବାର, ଚାଲିଥିଲା ଆମ,

ଗୋପନ ବିଷୟ ମୂଥିଲି ଭ୍ରମେ ।


ଅପ୍ରତ୍ୟାଶୀତ ଭାବେ, ଫୋନ ଟେ ଆସିଲା,

ତାହାଥିଲା ତୁମ ପ୍ରେମିକାଙ୍କର,

ମୋ ମନ ମନ୍ଦିର ହେଲା ଛାର ଖାର,

ଦେଖି ଯୁଗ୍ମ ଛବି ତା ର, ତୁମର ।


ପାଞ୍ଚ ବରଷର ବିବାହ ବନ୍ଧନ,

ସବୁ ଅଧିକାର ପାଇ ମୁଁ ଥିଲି,

ପ୍ରତାରଣା ତୁମ ସହି ମୁଁ ନ ପାରେ,

ଜୀବନର ଜୁଆ, ଆଜି ହାରିଲି ।


ବାରମ୍ବାର ତୁମ ଚିଡ଼ିବା, ଭର୍ସନା,

ଆଜି ପାଇଲି ମୁଁ ତାରି ଉତ୍ତର,

କହି ମୁଁ ନପାରେ, ମୋ ମନର କ୍ଳେଶ,

ପିଲା ଛୁଆଙ୍କ ଠୁଁ କରିବି ଦୂର ।


ଜୀବନ ରେ ଥିଲା ଯଦି ଅନ୍ୟ ନାରୀର ପ୍ରଣୟ,

କିମ୍ବା ଧରିଲ ମୋ ହାତ,

ଭବିଷ୍ୟତ ମୋର ହୋଇଲା ନରକ,

କ୍ଷମା କରିବିନି ଜୀବନ ଯାକ ତ ।



Rate this content
Log in

Similar oriya poem from Tragedy