STORYMIRROR

KSHIRADRI SAHU

Tragedy Classics

3  

KSHIRADRI SAHU

Tragedy Classics

ଗାଆଁ ରେ ମେଳା

ଗାଆଁ ରେ ମେଳା

1 min
176

              

ଯେଉଁଠି ମୋଜନ୍ମ ବଢ଼ିଛି ସେଇଟି

   ସେହି ମୋର ପ୍ରିୟ ଗାଆଁ

   ତାପାଣି ପବନ ଦେଇଛି ଯୌବନ

      ରଖିବା ତାହାର ନାଆଁ।


     ଉତ୍ସବ ମୁଖର ଗ୍ରାମ ଜନ ବାସୀ

        ଗାଆଁରେ ବସିଲା ମେଳା

       ଜନ କୋଳା ହଳ ଦେଉଳେ ଠାକୁର

           ପୂଜା ପାଏ ମା ମଙ୍ଗଳା।


          ବହୁ ସାଙ୍ଗସାଥି ଆସନ୍ତି ଗାଆଁକୁ

             ବନ୍ଧୁ ଜନ ସହ ଭେଟ

         ମେଳାରେ ଆନନ୍ଦ ହସଖୁସି କରୁ

               ପିଲା ଦିନ ସ୍ମୃତି ଚାଟ।


        ମେଳାରେ ମିଳନ ବନ୍ଧୁ ଭାବ ଜ୍ଞାନ

             ଭଲମନ୍ଦ ଗାଁରକଥା

      ବୟସ୍କ ବ୍ୟକ୍ତିଙ୍କ ମତକୁ ମାନ୍ୟତା

            ପିଢ଼ି ଦିଏ ଦୃଢ଼ବାର୍ତ୍ତା।


    ସାଙ୍ଗସାଥି ମିଶି  ଗାଆଁର ଉନ୍ନତି

       ସଭା କରି ଆଲୋଚନା

     ଗ୍ରାମର ପ୍ରଗତି  ସାଂସ୍କୃତିକ ଦିଗ

         ଆଉ ସବୁ ସମାଧାନା।


                    ଗାଆଁକୁ ସାକ୍ଷର ଦୂରେ ନିରକ୍ଷର

                             ସଭିଏଁ ପଢ଼ିବା ପାଠ

                ପାଠ ପଢ଼ି ଆମେ ଭଲ ଜନ ହେବା

                             ଗାଆଁ ଦେଶରେ ପ୍ରକଟ।


 ଗାଆଁ ସ୍ମୃତି କଥା ଦେଶ ଇତିହାସ

     ଗାଆଁର ପ୍ରକୃତି ଝରେ

       ସୁନ୍ଦର ତୃପ୍ତିର ଉପଭୋଗ କରି

             ଗାଆଁ ଜନ ଆନନ୍ଦରେ।


                   ଭେଦଭାବ ଭୁଲି ଏକତା ମିଳନ

                            ଭୋଜିରେ ସାମିଲ ଏକ

                       ପରସ୍ପର ବନ୍ଧୁ ସହଯୋଗ କରି

                              ଗାଆଁର ସହଜ ଟେକ।

                                              

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy