STORYMIRROR

Pranati Mahapatra

Tragedy Inspirational

3  

Pranati Mahapatra

Tragedy Inspirational

ଭିନ୍ନ ଏକ କୁରୁକ୍ଷେତ୍ର

ଭିନ୍ନ ଏକ କୁରୁକ୍ଷେତ୍ର

1 min
143

ଦାନବର ଆବିର୍ଭାବେ ନିଶ୍ଚୟ 

 ଉଭା ହେବେ ଦେବ,

ଅସ୍ତ ହେଲେ ଆସିଥାନ୍ତି

 ଦେଖ ସୂର୍ଯ୍ୟ ଦେବ,

ଦେଖିଲନି ପାଞ୍ଚାଳିର ବସ୍ତ୍ର 

ବିବସନା କାଳେ

କୃଷ୍ଣା ପାଇଁ ନୁହେଁ ବରଂ

ଦୁଶା ପାଇଁ କୃଷ୍ଣ 

କଲେ କେତେ ଫନ୍ଦିଫିକର

ଜାନୁଭଗ୍ନ ଦୃଶ୍ୟ ପୁଣି ଦିଶେ ଜଳଜଳ

ବାରବର୍ଷର ବାଜିଆ,ଭଗତ ସିଂ ପୁଅ

ଲାଲ୍,ବାଲ୍,ପାଲ କଥା ଟିକେ ମନେ ପକାଅ

ସୁନେଲି କିରଣେ ହସି ଉଠିଲା ଧରଣୀ

ଲାଞ୍ଜ ଯାକି ନିଶାର୍ଦ୍ଧରେ


ପରାହତ ସୈନିକର ଲଜ୍ଜାରେ

ଇଂରେଜ ପଲ କରି ପଳାୟନ

ଘରେ ଘରେ ପୁରେ ସଗର୍ବରେ ଉଡିଲା

ବିଜୟ କେତନ

ସତ୍ୟ ଶାନ୍ତି ବିଶ୍ୱାସର ତ୍ରିରଙ୍ଗା ପତାକା ।

ମାଆକୁ ବିବସନା କରି କୁହ କେ ପାଇଅଛି ଶାନ୍ତି !

ଭୋଗିଛି ନିଶ୍ଚୟ ସେ ପୁତ୍ର ନର୍କର ଯନ୍ତ୍ରଣା

ଯାହା ତାର ପ୍ରାୟଶ୍ଚିତ ଠିକଣା।

ବୋଧହୁଏ ଏହା ଭିନ୍ନ ଏକ କୁରୁକ୍ଷେତ୍ର ଭଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy