ଅକୁହା କଥା
ଅକୁହା କଥା
ସେ ଯେ ଅକୁହା କଥା
ହୃଦୟରେ ରୁହଇ ସାଇତି ହୋଇ ସାଜି ବେଦନା
ମନରେ ହେଉ ଥାଏ ବ୍ୟଥା
ହେଲେ ତାକୁ କହି ହୁଏ ନାହିଁ କି ସହି ହୁଏ ନାହିଁ ପରା।
ସେ ଯେ ଅକୁହା କଥା
ହୃଦୟ ଥରି ଉଠଇ ପରା
ନିଜର ଲୋକ କଲେ ପ୍ରତାରଣା
ଆପଣାର କହି କଲେ ଛଳନା।
ସେ ଯେ ଅକୁହା କଥା
ଲୁଚାଇ ରଖିବା କଷ୍ଟ ପରା
ହେଲେ କାହା ପାଖେ ପ୍ରକାଶ କରିବା ପାଇଁ ଓଠ ଦିଏ ବାଧା
ତାହା ହୋଇ ଯାଏ ଆଖିର ଲୁହ ଝରା।
ସେ ଯେ ଅକୁହା କଥା
ଲୁହ ହୋଇ ବହି ଯାଏ ସେ ପରା
ନିରୋଳାରେ ଆଖି କହି ଦିଏ ସେ କଥା
ଅନ୍ଧାର ଆଉ ଓଠ ସାଜଇ ସାଥି ପରା।
ସେ ଯେ ଅକୁହା କଥା
ନିଜ ଛଡା ଆଉ କାହାକୁ ନ ଥାଏ ଜଣା
ମନର ଭାବନାରେ ତାର ରାଜ୍ୟ ପରା
ଅକୁହା କଥା ସେଠାକାର ରାଜା ଓ ପ୍ରଜା ସବୁ ପରା।
ମନେ ପଡିଲେ ସେ ଅକୁହା କଥା
ଡର ଲାଗଇ ସଦା ପରା
ଯେମିତିକି ଅନ୍ୟ ପାଖରେ ହୋଇ ନ ଯାଉ ପ୍ରକାଶ ସେ କଥା
ଇଚ୍ଛା ହୁଅଇ ନେବାକୁ ବିଦାୟ ଏ ଦୁନିଆରୁ ହୃଦୟେ ସାଇତି ସେ ଅକୁହା କଥାକୁ ପରା।