STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ଅକୁହା କଥା

ଅକୁହା କଥା

1 min
164

ସେ ଯେ ଅକୁହା କଥା 

ହୃଦୟରେ ରୁହଇ ସାଇତି ହୋଇ ସାଜି ବେଦନା

ମନରେ ହେଉ ଥାଏ ବ୍ୟଥା 

ହେଲେ ତାକୁ କହି ହୁଏ ନାହିଁ କି ସହି ହୁଏ ନାହିଁ ପରା।


ସେ ଯେ ଅକୁହା କଥା 

ହୃଦୟ ଥରି ଉଠଇ ପରା 

ନିଜର ଲୋକ କଲେ ପ୍ରତାରଣା 

ଆପଣାର କହି କଲେ ଛଳନା।


ସେ ଯେ ଅକୁହା କଥା 

ଲୁଚାଇ ରଖିବା କଷ୍ଟ ପରା

ହେଲେ କାହା ପାଖେ ପ୍ରକାଶ କରିବା ପାଇଁ ଓଠ ଦିଏ ବାଧା

ତାହା ହୋଇ ଯାଏ ଆଖିର ଲୁହ ଝରା। 


ସେ ଯେ ଅକୁହା କଥା 

ଲୁହ ହୋଇ ବହି ଯାଏ ସେ ପରା

ନିରୋଳାରେ ଆଖି କହି ଦିଏ ସେ କଥା

ଅନ୍ଧାର ଆଉ ଓଠ ସାଜଇ ସାଥି ପରା।


ସେ ଯେ ଅକୁହା କଥା 

ନିଜ ଛଡା ଆଉ କାହାକୁ ନ ଥାଏ ଜଣା

ମନର ଭାବନାରେ ତାର ରାଜ୍ୟ ପରା

ଅକୁହା କଥା ସେଠାକାର ରାଜା ଓ ପ୍ରଜା ସବୁ ପରା।  


ମନେ ପଡିଲେ ସେ ଅକୁହା କଥା 

ଡର ଲାଗଇ ସଦା ପରା

ଯେମିତିକି ଅନ୍ୟ ପାଖରେ ହୋଇ ନ ଯାଉ ପ୍ରକାଶ ସେ କଥା

ଇଚ୍ଛା ହୁଅଇ ନେବାକୁ ବିଦାୟ ଏ ଦୁନିଆରୁ ହୃଦୟେ ସାଇତି ସେ ଅକୁହା କଥାକୁ ପରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract