ମିଛ ଅହଂକାର
ମିଛ ଅହଂକାର
କେତେ ଅହଂକାର ମନରେ ଭରିଛ
ମିଛ ଏଇ ଦୂନିଆରେ
ଅତୃପ୍ତ ପ୍ରାଣକୁ କଷ୍ଟ ଦେଉ ଅଛ
ଆଶା ନିରାଶାର ଧାରେ ।
ଇର୍ଷା ଅସୂୟା କୁ ଆପଣାର କରି
ଜ୍ବାଳା ଭରୁଅଛ ମନେ
ଜୀବନ ଯମୁନା ଶୁଷ୍କ ହେଉ ଅଛି
ଧରାପୃଷ୍ଠେ ନୀତିଦିନେ ।
ଆତ୍ମସ୍ବାର୍ଥେ ଆଜି ବିବେକ ବିକିଛ
କର୍ତ୍ତବ୍ୟେ କରୁଛ ହେଳା
ନିଜ କଥା ଭାବି ଜୀବନ କାଟୁଛ
ନିଶ୍ଚୟ ବୁଡିବ ଭେଳା ।
ମିଛ ଅହଂକାରେ ଜମା ପଡ ନାହିଁ
ଜୀବନ ଟା ଦି ଦିନର
ସମୟ ସରିଲେ କେହି ରଖି ବେନି
କ୍ଷଣକେ କରିବେ ପର ।