ମାନେ ପଡୁଛି
ମାନେ ପଡୁଛି
ସ୍ମୃତି କେବେ ମୋ ପାଇଁ
ସକାଳ ସୂରୁଜର ସୁନା କିରଣ
କିନ୍ତୁ ମନର କୋହ
ସ୍ମୃତି
ଆଉ କେବେ ମୋ ପାଇଁ
ସଞ୍ଜ ଦୀପଟିଏ
ଅସୁମାରୀ ଆଖିର ଲୁହ ।
ମାନେପଡୁଛି ମୋ ଗାଁ
ବାପା-ମାଁ
ମୋ ଘର ବାଡ଼ି-ବଗିଚା
ସଭିଏଁ ମନେ ପଡୁଛନ୍ତି ମୋର ।
ରାଜ ମହଲର ସୁଖ ଭିତରେ
ଅଣନିଶ୍ୱାସୀ ମୁଁ
ହେଇ ପଡୁଛି
ଗୋଲାପ ଫୁଲର ଶେଯରେ
କଣ୍ଟା ମତେ କଷ୍ଟ ଦଉଚି ।
ମନେପଡେ ମୋର ଘର
ମୋ ଘର ସ୍ନେହ ଆଦର
ମୋ ଗାଁ ପୋଖରୀ
ଆମ୍ବ ଗଛ ଡାଳ
ସବୁ ଆଜି ମୋଠୁ ଦୂର ।
ମନେ ପଡୁଛନ୍ତି
ମୋ ସାଙ୍ଗ-ସାଥି
କେତେ ରାଗ ରୋଷ
ମାନ ଅଭିମାନ
ଛିଟିକି ପଡିଛି କୋଉଠି ମୁଁ
ହେଇ ତାଙ୍କଠୁ ବିଛିନ୍ନ ।
ମନେପଡେ ଖାଲି ସେଇ
ଅଭୁଲା ସ୍ମୃତି
ଏକାଠିରୁ ଏକାକୀର-
କାହାଣୀ କହୁଛି
ଅଶ୍ରୁ ପୂର୍ଣ୍ଣ ମୋ ଦୁଇ ଆଖି ।
ନିରବେ ଚାଲୁଚି ନିଃସଙ୍ଗ ହେଇ
ପାଉନି ଖୋଜୁଛି
କାହିଁ ସେ ଦିନ
ଶୁଣା ଯାଉଛି କିନ୍ତୁ
ସେମାନଙ୍କ ଦୁଷ୍ଟାମି ଭରା
କଳରବ ଧ୍ୱନି ।
ପୃଥିବୀର କୋଉ ଏକ କୋଣରେ
ହଜିଯାଇଛି ମୁଁ
ଜାଣୁଛି ପରେ ନୁହଁ ଏଇ ସେଦିନ
ହଜିଗଲାଣି ସେଦିନ ତ
ସମୟର ସ୍ରୋତରେ ।
ମନେ ପଡୁଛନ୍ତି
ମୋ ପ୍ରିୟ ସାଥି
ନିମ୍ନମୁଖୀ ଜଳସ୍ରୋତ ପରି
ଅସୁମାରୀ ଲୋତକ ଢାଳି
ଭିଜେଇ ଦେଇଥିଲେ ମତେ
ବିଚ୍ଛେଦର ଶ୍ରାବଣ ଧାରାରେ ।
ମନେପଡିଲେ କେବଳ ଫୋନ
ଦି' ପଦ କଥା
ପୁଣି କେଇ ସମୟ ଲୁହରେ ଲୁହରେ ।