STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Thriller

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Thriller

ଲୁହର ଆର୍ତ୍ତନାଦ

ଲୁହର ଆର୍ତ୍ତନାଦ

1 min
245


ନିସ୍ତବ୍ଧତାର ଅନ୍ତରାଳେ

ଘନ କାଳିମାର 

ଛାୟାତଳେ

ସକେଇ ସକେଇ କାନ୍ଦେ

ସପନ ହଜାଇଥିବା ଆଖି

କୋହରେ ଫାଟି ପଡେ 

ତାର ଛାତି

ଭରସା ଭୁଲି 

ଭାସେ ଖାଲି

ବିଶ୍ବାସ ହରାଇ

ପକାଏ ଦୀର୍ଘନିଃଶ୍ବାସ

କଣ୍ଠ ଫଟାଇ କରେ ଚିତ୍କାର

ବୁଭୁକ୍ଷୁର ପେଟର ଜ୍ଵାଳା

ପୁଞ୍ଜିପତି ସାମ୍ରାଜ୍ୟର 

ବାଦସାହା

କରନ୍ତି କର୍ଣ୍ଣପାତ

ସେ ଲହୁ ଲୁହର ଆର୍ତ୍ତନାଦ।

ପତିତ ପଡି଼ତ

ନିଷ୍ପେଷିତ ଦଳିତ

ବେସାହାରା ନିରାଶ୍ରୟ

ବର୍ଷାରେ ତିନ୍ତେ 

ଶୀତରେ ଥରେ

ଖରାରେ ଭାଜି ହୋଇଯାଏ

ରୁଗ୍ଣ ଜରାଜୀର୍ଣ୍ଣ 

ଶରୀର ତାର

ଫାଇଦା ଉଠାଇବାକୁ

ଶ୍ବାନ ଶୃଗାଳର 

ପ୍ରତିଦ୍ଵନ୍ଦୀତା

ଜୋର ଦେଖାଇ 

ଯିଏ ଯାହାର

ରଡ଼ି ଛାଡ଼ନ୍ତି

କରି ବିକଟାଳ ଶବ୍ଦ

ମୁକାବିଲା କରିବାକୁ

ନାହିଁ କାହାରି 

ତିଳେ ପ୍ରତିବାଦ।

କାମାନ୍ଧର ଲୋଲୁପ ଦୃଷ୍ଟି 

ଶାଣିତ ଶର ପରି

କ୍ଷତାକ୍ତ କରେ 

ନୀରିହ ଜୀବନ

ଦଗ୍ଧିଭୁତ ହୁଏ 

ଫଗୁଣର ଫୁଲବନ

ମଳୟ ପାଲଟେ 

କାଳ ବୈଶାଖୀ

ଜହ୍ନହସା ରାତିରେ

ଘନେଇ ଆସେ ଅଶାନ୍ତ ଝଡ଼

ନିଢ଼ହରା ପକ୍ଷୀହୁଏ 

ବାସ ଚ୍ୟୁତ

ଭାଙ୍ଗିଯାଏ ତାର

ଉଡ଼ନ୍ତା ଢେଣା

ଆକାଶ ଛାଡ଼ି ସେ 

ନୁଖୁରା ମାଟିକୁ 

ଭିଜାଏ ରକ୍ତରେ

ମରି ପାରନା 

ମାରି ବି ପାରେନା

ଛଟପଟ ହେଉଥାଏ

କରି ଲୁହର ଆର୍ତ୍ତନାଦ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller