ଲୁହର ଆର୍ତ୍ତନାଦ
ଲୁହର ଆର୍ତ୍ତନାଦ
ନିସ୍ତବ୍ଧତାର ଅନ୍ତରାଳେ
ଘନ କାଳିମାର
ଛାୟାତଳେ
ସକେଇ ସକେଇ କାନ୍ଦେ
ସପନ ହଜାଇଥିବା ଆଖି
କୋହରେ ଫାଟି ପଡେ
ତାର ଛାତି
ଭରସା ଭୁଲି
ଭାସେ ଖାଲି
ବିଶ୍ବାସ ହରାଇ
ପକାଏ ଦୀର୍ଘନିଃଶ୍ବାସ
କଣ୍ଠ ଫଟାଇ କରେ ଚିତ୍କାର
ବୁଭୁକ୍ଷୁର ପେଟର ଜ୍ଵାଳା
ପୁଞ୍ଜିପତି ସାମ୍ରାଜ୍ୟର
ବାଦସାହା
କରନ୍ତି କର୍ଣ୍ଣପାତ
ସେ ଲହୁ ଲୁହର ଆର୍ତ୍ତନାଦ।
ପତିତ ପଡି଼ତ
ନିଷ୍ପେଷିତ ଦଳିତ
ବେସାହାରା ନିରାଶ୍ରୟ
ବର୍ଷାରେ ତିନ୍ତେ
ଶୀତରେ ଥରେ
ଖରାରେ ଭାଜି ହୋଇଯାଏ
ରୁଗ୍ଣ ଜରାଜୀର୍ଣ୍ଣ
ଶରୀର ତାର
ଫାଇଦା ଉଠାଇବାକୁ
ଶ୍ବାନ ଶୃଗାଳର
ପ୍ରତିଦ୍ଵନ୍ଦୀତା
ଜୋର ଦେଖାଇ
ଯିଏ ଯାହାର
ରଡ଼ି ଛାଡ଼ନ୍ତି
କରି ବିକଟାଳ ଶବ୍ଦ
ମୁକାବିଲା କରିବାକୁ
ନାହିଁ କାହାରି
ତିଳେ ପ୍ରତିବାଦ।
କାମାନ୍ଧର ଲୋଲୁପ ଦୃଷ୍ଟି
ଶାଣିତ ଶର ପରି
କ୍ଷତାକ୍ତ କରେ
ନୀରିହ ଜୀବନ
ଦଗ୍ଧିଭୁତ ହୁଏ
ଫଗୁଣର ଫୁଲବନ
ମଳୟ ପାଲଟେ
କାଳ ବୈଶାଖୀ
ଜହ୍ନହସା ରାତିରେ
ଘନେଇ ଆସେ ଅଶାନ୍ତ ଝଡ଼
ନିଢ଼ହରା ପକ୍ଷୀହୁଏ
ବାସ ଚ୍ୟୁତ
ଭାଙ୍ଗିଯାଏ ତାର
ଉଡ଼ନ୍ତା ଢେଣା
ଆକାଶ ଛାଡ଼ି ସେ
ନୁଖୁରା ମାଟିକୁ
ଭିଜାଏ ରକ୍ତରେ
ମରି ପାରନା
ମାରି ବି ପାରେନା
ଛଟପଟ ହେଉଥାଏ
କରି ଲୁହର ଆର୍ତ୍ତନାଦ...।