ଓଡ଼ିଆ ସାହିତ୍ୟ ମୋହଉତ୍ସବ -ରାବଣର ଆଗମନ
ଓଡ଼ିଆ ସାହିତ୍ୟ ମୋହଉତ୍ସବ -ରାବଣର ଆଗମନ
ସୀତା ଙ୍କ ନେତ୍ର ପଡିଲା ସେହି
କୁମାର ଙ୍କ ଉପରେ ଯାହାକୁ ସେ
ନିଜ ପତି ବୋଲି ମାନି ସାରି
ଥିଲେ ଦେଖି ଦେବି ଙ୍କ ପିଠେ |
ଏବେ ଆସି ପ୍ରବେଶିଲା ସେହି ସମୟ
ଜନଙ୍କ ନିଜର ରଖିଲେ ମତ
ଏହି ଠାରେ ଅଛି ମହା ଶକ୍ତି
ଶିବଧନୁ ଭାଙ୍ଗି ସୀତା ଙ୍କୁ ନବକ୍ଷଣି |
ଉଠିଲେ ଦେଶ ବିଦେଶ ରୁ ଆସିଥିବା
ରାଜ କୁମାର ଧନୁ ଭାଙ୍ଗିବା ପାଇଁ
ହେଲେ ତତପର ଉଠାଇବା ଦୂର କଥା
ଛୁଇଁ ପାରିଲେ ନାହିଁ ଏକ ଅଂଶ ତାର ଯାଇ |
ବଡ଼ ଚିନ୍ତା ରେ ପଡିଲେ ସେ ଜନଙ୍କ
ସତ୍ୟ ରଖି ଭୁଲ କଲି କି ଏମନ୍ତ
କେହି ଯୋଗ୍ୟ ନୁହଇ ମୋ ପୁତ୍ରୀ ର
ଯାହା ମାତୃଭୂମି ଜନ୍ମାଛି କି କାପୁରୁଷ |
ଏହା ଶୁଣି ମୁନିବର ବୋଲନ୍ତି ଏକ
ବଚନ ହେ ରାଜନ ନିଜକୁ
ଭାବୁଛ କଣ ସମସ୍ତ ନୁହଇ କାପୁରୁଷ
ଅଛନ୍ତି ଏକ ବାଳକ ଶକ୍ତିବନ୍ତ |
ଦେଲେ ନିର୍ଦେଶ ଭାଙ୍ଗିବେ ଏହି କ୍ଷଣି
ଧନୁ ଭରି ନିଜ ହସ୍ତ
ଏହା ଶୁଣି ଆସିଥିବା ରାଜ କୁମାର
କହିଲେ ଏ ବାଳକ ନୁହଇ ମଲ୍ଲ ବୀର |
ରୁଷି ବରଙ୍କୁ କରି ପ୍ରଣାମ ଆଗକୁ
ବଢିଲେ ସେ ରଘୁନାଥ ସେହି
ସୁଭି ଲା ଏକ ବାଣୀ ଯାହାକୁ
କରିଥିଲେ ଲଙ୍କା ପତି ପୁଣି |
ଅଟକି ଗଲେ କୌଶଲ୍ୟା ସୁତ ବୋଲନ୍ତି
ଦଶାନନ କି ସତ ତୁ ଛାର ବାଳକ
ଫୁ କି ଦେଲେ ଉଡିଯିବ ଏ ଶରୀର
ଭାଙ୍ଗିବା ପାଇଁ ବଢା଼ଉ ପୟର |
ଲଙ୍କା ପତି ରାବଣ ମାନିଲେ ହାର
କହିଲେ ମୁଁ ଅଟେ ମହାଶକ୍ତି ଶାଳ
ଯାହାକୁ ପାରିଲି ନାହିଁ, ତାଙ୍କୁ
କିଏବା କରିବ ପାର |

