Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Drama Tragedy Thriller

3.5  

Priyabrata Mohanty

Drama Tragedy Thriller

ୟାସ୍

ୟାସ୍

1 min
166


ଘୁମୁରି ବସିଛି ପରିବେଶ ରାଣୀ

ଶୁଭେନି କୋଳାହଳ,

ଘନେଇ ଆସୁଛି ପ୍ରଳୟ ସମୟ

ୟାସ୍ କରିବ ଖେଳ ।


ଝରିବ ବରଷା ଦିଶିବ ଚପଳା

କମ୍ପିବ ମହୀ ତଳ,

ଅଶାନ୍ତ ସମୁଦ୍ର ଉତ୍ତାଳ ତରଙ୍ଗେ

ଲଙ୍ଘିବ ନିଜ କୂଳ ।


ରାସ୍ତା ଘାଟ ଠାରୁ ବିଲ ବାଡ଼ି ଯାଏ

ହୋଇବେ ଜଳ ଜଳ,

ସର୍ବତ୍ର ଜଳିବ ବିନାଶର ବହ୍ନି

ବିଷମ ହେବ କାଳ ।


ବହିବ ବତାସ ଉଡିବ ଛପର

ଭାଙ୍ଗିବ ବୃକ୍ଷ ଡାଳ,

ଧରାଶାୟୀ ହେବ ମାଟିର କୁଟୀର

ନର ହେବ ନିର୍ବଳ ।


ରୌଦ୍ର ରୂପ ନେଇ ଆସୁଛି ସେ ମାଡ଼ି

ହାତେ ଧରି ତ୍ରିଶୂଳ,

ଭୟ ଆତଙ୍କରେ ଲୁଚିଛି ମଣିଷ

ପାଉନି ଥଳକୂଳ ।


ରୋକି ପାରୁ ନାହିଁ ଆଧୁନିକ ଜ୍ଞାନ

ବିଫଳ ଯନ୍ତ୍ର କଳ,

ପ୍ରକୃତି ଆଗରେ ନଇଁ ଯାଉ ଆଜି

ଘର ଛାଡ ଚଞ୍ଚଳ ।


Rate this content
Log in

Similar oriya poem from Drama