STORYMIRROR

Samita Swain

Fantasy Inspirational Others

4  

Samita Swain

Fantasy Inspirational Others

ଲେଖା ଓ ଲେଖନୀ

ଲେଖା ଓ ଲେଖନୀ

1 min
369


ଲେଖକୀୟ କଳା ବ୍ଯକ୍ତିର ବ୍ଯକ୍ତିତ୍ବ 

    ଲେଖନୀ ପରଶମଣି

ଶବ୍ଦରେ ସଜେଇ ଭାବଭରି ଦେଲେ

    ହୁଏ କବିତା କାହାଣୀ।।


ଲେଖା ଓ ଲେଖନୀ ସମାଜରେ ଆଣେ

   ବିରାଟ ପରିବର୍ତ୍ତନ

କାଳଜୟୀ ଲେଖା ଯୁଗଯୁଗ ପାଇଁ

   କରଇ ମାର୍ଗଦର୍ଶନ।।


ଲେଖନୀ ନିସୃତ କାବ୍ଯ ଓ କବିତା

  ଦେଇ ପ୍ରେରଣା ବିଶ୍ବାସ 

ବିଲୋପ କରଇ କୁସଂସ୍କାର ନୀତି

   ସୁସ୍ଥ ରଖେ ପରିବେଶ।।


ଜୀବନ ମୃତ୍ଯୁର ସଂଘର୍ଷ ମଧ୍ଯରେ

   ଶିଖାଇ ଜୀବନ ଧାରା

ଲେଖନୀ ରଚଇ ଗଳ୍ପ ଉପନ୍ୟାସ 

   ପଙ୍ଗୁ ଲଙ୍ଘେ ଗିରୀ ପରା।।


ମାନବିକତାର ଚେତନା ଭିତରେ

   ମହତ୍ତ୍ବ ଆକାଂକ୍ଷା ଭରି

ସାଥି ସାଜିଥାଏ ଦୁଃଖ ଦରଦର

 ଲେଖନୀ ଯାଏନି ହାରି।।


ବିନା ବରଷାରେ ପ୍ଲାବନ ହୁଅଇ

   ଲୁହରେ ବତୁରେ ମାଟି

ଅଧିର ବେଗରେ ପ୍ରତି ସ୍ପନ୍ଦନରେ

   ଲେଖାରେ ଉଠେସେ ଫୁଟି।।


ରାତ୍ରିକୁ କରି ସେ ରଙ୍ଗର ନାୟିକା

   ରୂପେଲୀ କିରଣ ବୁଣି

ମୁଠାଏ ସପନ ଆଖିତଳେ ରଖି

   ଫଗୁଣକୁ ଦିଏ ଆଣି।।


ସୀମା ସରହଦ ମାନେ ନାହିଁକିଛି

  ଲେଖା ଓ ଲେଖନୀ ଦୁଇ

କଣ୍ଟକିତ ପଥ ଫୁଲରେ ସଜାଏ

   ଛଳଛଳ ଭାବନେଇ।।



Rate this content
Log in

Similar oriya poem from Fantasy