Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ପ୍ରେମସୁଧା

ପ୍ରେମସୁଧା

1 min
491



ଭୁଲି ହୁଏନାହିଁ     ପ୍ରେମ ଚିନ୍ତାମଣି

     କବିତା ପୁସ୍ତକ ପୃଷ୍ଠା

କବିକୂଳ ଚନ୍ଦ୍ର     ସମ୍ରାଟ ଉପେନ୍ଦ୍ର

     ଥିଲେ ମନ୍ତ୍ର ଦିବ୍ୟଦ୍ରଷ୍ଟା ।


ସେମିତି ତୁମର   ସେ ଲାଲଗୋଲାପ

     ପ୍ରଥମ ପ୍ରେମ ଚିଟାଉ

ସାଇତା ହୋଇଛି   ଯତନେ ସେଇଠି

     ଝରେ ପ୍ରେମସୁଧା ମହୁ ।


ରହିଛି ସତେଜ     ତାର ଲାଲରଙ୍ଗ

      ପଡିନି ଜମା ମଳିନ

ତୁମ ଚିଟାଉର     ପ୍ରତିଟି ଶବଦ

     ଅନୁରଣେ ହୃଦମନ ।


ଥାଏ ଯେତେ ଦୂରେ  ବ୍ୟସ୍ତ ବା ବିବ୍ରତ

      କରେ ସଦା ଅନୁଭବ

ଦିଶିଯାଏ ତୁମ     ହସହସ ମୁଖ

      ଅବିକଳ ପ୍ରତିବିମ୍ବ ।


ପ୍ରିୟତମା ତୁମେ    ଶାନ୍ତ ସୁରଭିତ

      ରଶ୍ମିରେଖା ଉଜ୍ଜ୍ୱଳତା

ଗୁଞ୍ଜଇ ପୁଲକେ   ହୃଦେ ଶୁଭନାମ

     ପାନକରେ ପ୍ରେମସୁଧା ।

           


Rate this content
Log in

Similar oriya poem from Romance