STORYMIRROR

Akshayakumar Dash

Romance Action Fantasy

3  

Akshayakumar Dash

Romance Action Fantasy

ହସ

ହସ

1 min
216

ମୁଖକୁ ସୁନ୍ଦର ଓଠ ତଳର ହସ

ଯେତେ ଶତ୍ରୁମିତ୍ର ସଭି ହୁଅନ୍ତି ବସ।


ଯେତେ ବିପଦରେ ପଡିଲେ ହସ ମୁଖ

ଯେତେ ବାଧା ଆସୁହଟିବ ମିଳେ ସୁଖ।


ହସରେ ହସରେ କଟିଗଲେ ଏବେଳା

 ଶାନ୍ତିଭରାଏ ଜୀବନ ଭସେଇ ଭେଳା।


ହସରେ ଥାଏ ନିରୋଗ ରହିବା ଯାଦୁ

ପରିଚୟ ଦିଏ ଶାନ୍ତ ସରଳ ସାଧୁ।


ମନକୁ କରଇ ହସଯେ ସ୍ଥିର ମତି

ସବୁକାମ ତାର ସଫଳ ସୁନ୍ଦର ଗତି।


ହସିଲେ ଝରି ଆସେ ଝରଣାର ଜଳ

ଗଛରୁ ଝଡ଼ଇ ସ୍ୱାଦିଷ୍ଟ ମିଠା ଫଳ।


ହସଭରାଏ ଚାନ୍ଦିନୀ ରାତିର ଜହ୍ନ

ଟିକି ଟିକି ତାରା ସାଥେ ହସିବା ମନ।


 ମଣିଷର ହସ କୋଟି ସମ୍ପଦ ପରି

ହସିଦିଅ ବାରେ ସମ୍ପଦ ଯାଉ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance