STORYMIRROR

Yudhisthir Khamari

Abstract Romance Fantasy

3  

Yudhisthir Khamari

Abstract Romance Fantasy

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
196

ଜୀବନର ଚଲାପଥରେ ଚାଲୁ ଚାଲୁ

କେତେ ବେଳେ କାହା ସହିତ ଦେଖା ହୁଏ

ସେ ତ ଜଣା ନଥାଏ 

ହେଲେ ତାହା ବିଧି ନିର୍ଦ୍ଧିଷ୍ଟ ବି ଜଣା ନ ଥାଏ

କେବେ କେମିତି ବାର ବାର ସାକ୍ଷାତ

କେବେ କଥୋପକଥନ ତ କେବେ ଭାବ ଦିଆନିଆ

ସୃଷ୍ଟି ହୁଏ ମନଭିତରେ ଆପଣା ପଣ

ସଙ୍କୋଚ କରେନି ମନ

ବଖାଣିବାକୁ ଅନ୍ତରର ବେଦନା ସବୁକୁ

ସତେକି ସେ ହିଁ ଉପସମର ମାଧ୍ୟମ

ଏମିତି ମନର ନିଷିଦ୍ଧ ଇଲାକାରେ ପ୍ରବେଶ କରେ

ଆଙ୍କିଦିଏ ଏକ ଅଲିଭା କାହାଣୀ

ଯାହା ସ୍ମୃତି ପଟଳରେ ଝୁଲୁଥାଏ ବାର ବାର

ଆଉ କେବେ ବାଉଳି ଚାଉଳି ହୁଏ 

ସାକ୍ଷାତ୍ ପାଇଁ ତ କେବେ ମନଖୋଲା କଥା ପାଇଁ

ସବୁରି ଭିତରେ ତୁ ଆଉ ସବୁ ତୋ ଭିତରେ

ଦେଖାଯାଏ ଏକ ସୁକୋମଳ ଅର୍ଦ୍ଧପ୍ରସ୍ପୁଟିତ ପୁଷ୍ପ

ସେ ପୁଷ୍ପର ସୁଗନ୍ଧ ଆହୁରି ବିମୋହିତ କରେ ମୋତେ

ଯୁଆଡ଼େ ଗଲେ ବି ସେଇ ଭୁରୁ ଭୁରୁ ବାସ୍ନା

ଅନେକ ଥର ତା ବାସ୍ନାରେ ଶିକ୍ତ ହୋଇ 

ଖେଳିଛି ତା ସାଥେ ବିଭୋର ହୋଇ

ପ୍ରେମ ତରଙ୍ଗରେ ଦୋଳିଛି ମୁଁ

ତା ଆନନ୍ଦକୁ ଦେଖି ଆନନ୍ଦିତ ବି ହୋଇଛି

ହେଲେ ପଚାରିନି କେବେ କାରଣ ତାର

କି ଚେଷ୍ଟା ବି କରିନି ମନର ନିଷିଦ୍ଧ ଇଲାକାରେ ପ୍ରବେଶ ପାଇଁ

ସମୟର ପ୍ରବାହରେ ଆହୁରି ବଢିଚାଲେ ଆତ୍ମୟପଣ

କିଛି ବି ବିଭେଦତା ଦେଖେନି 

ତୋ ଶରୀର ମୋ ଶରୀର ଭିତରେ

ସେ ବାସ୍ତବ ହେଉ କି ସ୍ବପ୍ନ 

ମୁଁ କେବେ ତୋ ଶରୀରର ନିଷିଦ୍ଧ ଇଲାକାରେ

ପ୍ରବେଶ କରି ସାରିଥାଏ ଜଣା ନ ଥାଏ

ସ୍ବପ୍ନ ହେଉ ପଛକେ ତୋ ସ୍ପର୍ଶର

ଅଫୁରତ ଆନନ୍ଦ ଅଭୁଲା ଚିରଦିନ

ଆଉ ଆନନ୍ଦ ସ୍ବର୍ଗିୟ ସତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract