କେମିତି କହିବି ତୋତେ
କେମିତି କହିବି ତୋତେ
କେମିତି କହିବି ତୋତେ ଲାଜକୁଳି ଲତିକା
ପାଉଅଛି ଭଲ ମୁହିଁ ରାଣ ସତସତିକା ।
ନାଚୁଅଛି ରୂପ ତୋର
ଶୟନେ ଓ ସପନେ
ଲାଗୁନାହିଁ ଭଲ ମନ
ଏକା ତୁମ ବିହୁନେ
ଆସ ପ୍ରିୟା ମଧୁମତୀ ତୁମେ ଛପିଛପିକା ।
ଜହ୍ନ ହସେ ଆକାଶରେ
ଉଛୁଳଇ ଲହରୀ
ରୂପେଲି ତା ଜୋଛନାରେ
ଥାଏ ଅବା କାଉଁରୀ
ଭରିଯାଏ ତନୁମନେ ରଙ୍ଗ ଜାତିଜାତିକା ।
ଗାଏ ବନ ଉପବନେ
କୁହୁକୁହୁ କୋଇଲି
ତୁମ ବିନା ପ୍ରିୟସାଥୀ
ଲାଗେ ଖାଲି ଖାଲି
ଧରିବାକୁ ହାତ ତୁମ ଆଶା ବଡ଼ ଉତ୍କଣ୍ଠା ।

