STORYMIRROR

Bharatabandhu Biswal

Romance Fantasy Others

3  

Bharatabandhu Biswal

Romance Fantasy Others

କେମିତି କହିବି ତୋତେ

କେମିତି କହିବି ତୋତେ

1 min
1.3K


କେମିତି କହିବି ତୋତେ ଲାଜକୁଳି ଲତିକା

ପାଉଅଛି ଭଲ ମୁହିଁ ରାଣ ସତସତିକା ।


ନାଚୁଅଛି ରୂପ ତୋର

     ଶୟନେ ଓ ସପନେ

ଲାଗୁନାହିଁ ଭଲ ମନ

     ଏକା ତୁମ ବିହୁନେ

ଆସ ପ୍ରିୟା ମଧୁମତୀ ତୁମେ ଛପିଛପିକା ।


ଜହ୍ନ ହସେ ଆକାଶରେ

     ଉଛୁଳଇ ଲହରୀ

ରୂପେଲି ତା ଜୋଛନାରେ

     ଥାଏ ଅବା କାଉଁରୀ

ଭରିଯାଏ ତନୁମନେ ରଙ୍ଗ ଜାତିଜାତିକା ।


ଗାଏ ବନ ଉପବନେ

     କୁହୁକୁହୁ କୋଇଲି

ତୁମ ବିନା ପ୍ରିୟସାଥୀ

     ଲାଗେ ଖାଲି ଖାଲି

ଧରିବାକୁ ହାତ ତୁମ ଆଶା ବଡ଼ ଉତ୍କଣ୍ଠା ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance