ପ୍ରିୟପତ୍ର
ପ୍ରିୟପତ୍ର
ପ୍ରିୟପତ୍ରଟିଏ ସବୁଦିନ ଆସେ
ପ୍ରିୟ ଭାଇଙ୍କ ପାଖରୁ
କେତେ କବି କବୟିତ୍ରୀ ଠିକଣା
ଚିହ୍ନି ହୁଏ କବିତାରୁ ।
ପ୍ରିୟପତ୍ର ଅଟେ ସଭିଙ୍କର ପ୍ରିୟ
ପରିଚୟ ଗୀତି କବିତା ପଂକ୍ତିରୁ
ହଜିଗଲେ ପ୍ରିୟପତ୍ର ମନଦୁଃଖ
ସଭିଙ୍କ ହୃଦୟ କନ୍ଦରୁ ।
ହେ ପ୍ରିୟପତ୍ର ପୁଣି ଚେଇଁ ଉଠ
ନୂତନ ବିଶ୍ୱାସ ଭରୁ
ତୁମେ ପ୍ରିୟପତ୍ର ପ୍ରଥମ ସନ୍ତକ
କହୁଛି ମୁଁ ହୃଦୟରୁ ।
ପ୍ରିୟପତ୍ର ତୁମେ ତଥାଗତ ପରି
ଜ୍ଞାନ ଗାରିମା ବାସ ଭୁରୁଭୁରୁ
ସତ୍ୟ ସନାତନ ଓଁ ପରଂବ୍ରହ୍ମ
ଲଭିଛୁ ତୁମ ଭିତରୁ ।
ତୁମେ ନୁହେଁ ଏକ କଳେବର ପୃଷ୍ଠା
ତୁମେ ଦ୍ରୁମ ମହାମେରୁ
ଆଲ୍ହାଦିତ ଉତ୍ସାହିତ ଉଦ୍ଦୀପନାରେ
ମହମହ ବାସ ଅଗରୁ ଅଗରୁ ।
ପ୍ରିତୀ ଅର୍ଘ୍ୟର ସଳିତା ଜାଳି ଦେଇ
ମୋ ଚେତନା ଚୈତନ୍ୟରୁ
ପ୍ରକାଶିତ ହୁଅ ବିକଶିତ କରାଅ
ଆତ୍ମା ପରମାତ୍ମାଙ୍କ ମିଳନରୁ l
