STORYMIRROR

Arjun Das

Classics Fantasy Others

3  

Arjun Das

Classics Fantasy Others

ଶିତ ରାତି

ଶିତ ରାତି

1 min
199

ଆଇ ମା କୋଳରେ ଗପ ଶୁଣା ସାଥେ

ଚୁଲି ମୁଣ୍ଡର ନିଆଁ ପୁଆ

କେତେ ଯେ ଆନନ୍ଦ ଭରି ହୋଇଯାଏ

ଶିତର କୋମଳ ଛୁଆଁ  ll


ଶିତ ରାତିର ସୁନ୍ଦର ପବନ ସାଙ୍ଗକୁ

ସୁନ୍ଦର ତାହାର ଭେଷ

କୁହୁଡିଆ ନିଝୁମ ରାତିର କୋମଳ

ଭାବନାର ଅଟେ ଆଶ ।।


ଆହାଃ କି ସୁନ୍ଦର ତାହାର ରୂପ

ରୂପରେ ଭରିଛି ନିଶା

ଶିତୁଆ ରାତିର ମହକରେ ଭରା

ମତୁଆଲା ମନ ଆଶା   ।।


ଭାରି ଭଲ ଲାଗ ସେଇ ଶିତ ରାତି

ମହକ ତାହାର ବାଆ

ସାଙ୍ଗ ସାଥି ମେଳେ ବଣଭୋଜି ପୁଣି

ଅନୁଭୂତି ତାର ନୂଆ     ।।


ଶିତର ସେଇ ପ୍ରଚଣ୍ଡ କୋପରୁ

କିଏ ବା ପାରିବ ସହି

ଅଭିନୟ ମାତ୍ର ଜିତିବାର ଖାଲି

ଶିତକୁ କରନ୍ତି ସହି    ।।


ରାତି ସାଥେ ସାଥି ହୋଇ କପଟୀ ଶିତ

କରୁଥାଏ କେତେ ନାଟ

ବୁଝେନା କେବେ ସେ ଅନ୍ତର ବେଦନା

ବସାଏ ଭିତର ହାଟ   ।।


ଖିଲି ଖିଲି ହସୁଥାଏ ତାତ୍ସଲ୍ୟର ଚାହାଣୀରେ 

ବିଚରା ମଣିଷଟିଏ

କେବଳ ଅନୂଭୁତ କରୁଥାଏ ତାହାର

ନିରାଶ ବଦନରେ   ।।


ଏଇ ଶିତ ରାତି ମନ ହୁଅଇ ବିଭୋର

ଶିତ ଅନୁଭୂତି ପାଇଁ

କାହିଁ କେତେ ଦିନ ଅପେକ୍ଷା ପରେ

ଧରାକୁ ଆସଇ ଧାଇଁ  ।।


ଯାହା ବି ହେଉ ଶିତ ରାତି ଅନୁଭୂତି

ଅଟଇ ଭାରି ନିଆରା

ଆନନ୍ଦ ଉଲ୍ଲାସେ

ସ୍ଵାଗତ କରଇ ଏ ଧରା   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics