ଶିତ ରାତି
ଶିତ ରାତି
ଆଇ ମା କୋଳରେ ଗପ ଶୁଣା ସାଥେ
ଚୁଲି ମୁଣ୍ଡର ନିଆଁ ପୁଆ
କେତେ ଯେ ଆନନ୍ଦ ଭରି ହୋଇଯାଏ
ଶିତର କୋମଳ ଛୁଆଁ ll
ଶିତ ରାତିର ସୁନ୍ଦର ପବନ ସାଙ୍ଗକୁ
ସୁନ୍ଦର ତାହାର ଭେଷ
କୁହୁଡିଆ ନିଝୁମ ରାତିର କୋମଳ
ଭାବନାର ଅଟେ ଆଶ ।।
ଆହାଃ କି ସୁନ୍ଦର ତାହାର ରୂପ
ରୂପରେ ଭରିଛି ନିଶା
ଶିତୁଆ ରାତିର ମହକରେ ଭରା
ମତୁଆଲା ମନ ଆଶା ।।
ଭାରି ଭଲ ଲାଗ ସେଇ ଶିତ ରାତି
ମହକ ତାହାର ବାଆ
ସାଙ୍ଗ ସାଥି ମେଳେ ବଣଭୋଜି ପୁଣି
ଅନୁଭୂତି ତାର ନୂଆ ।।
ଶିତର ସେଇ ପ୍ରଚଣ୍ଡ କୋପରୁ
କିଏ ବା ପାରିବ ସହି
ଅଭିନୟ ମାତ୍ର ଜିତିବାର ଖାଲି
ଶିତକୁ କରନ୍ତି ସହି ।।
ରାତି ସାଥେ ସାଥି ହୋଇ କପଟୀ ଶିତ
କରୁଥାଏ କେତେ ନାଟ
ବୁଝେନା କେବେ ସେ ଅନ୍ତର ବେଦନା
ବସାଏ ଭିତର ହାଟ ।।
ଖିଲି ଖିଲି ହସୁଥାଏ ତାତ୍ସଲ୍ୟର ଚାହାଣୀରେ
ବିଚରା ମଣିଷଟିଏ
କେବଳ ଅନୂଭୁତ କରୁଥାଏ ତାହାର
ନିରାଶ ବଦନରେ ।।
ଏଇ ଶିତ ରାତି ମନ ହୁଅଇ ବିଭୋର
ଶିତ ଅନୁଭୂତି ପାଇଁ
କାହିଁ କେତେ ଦିନ ଅପେକ୍ଷା ପରେ
ଧରାକୁ ଆସଇ ଧାଇଁ ।।
ଯାହା ବି ହେଉ ଶିତ ରାତି ଅନୁଭୂତି
ଅଟଇ ଭାରି ନିଆରା
ଆନନ୍ଦ ଉଲ୍ଲାସେ
ସ୍ଵାଗତ କରଇ ଏ ଧରା ।।
