ବଦନାମ ଗଳି
ବଦନାମ ଗଳି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଉପ ଗଳିର ମୁଁ ରୂପ ନାୟିକାଟେ
ଉପହାସ ଦେଲି ଗିଳି ,
ମୋ ଘର ଠିକଣା କାହାକୁ ଅଜଣା
ପ୍ରିୟ ବଦନାମ ଗଳି ।
ଚୁଲୁବୁଲି ଝିଅ ସଭିଙ୍କର ପ୍ରିୟ
ବାଣ୍ଟୁ ଥିଲି ଫୁଲ ତୋଳି ,
ଅଜାଣତେ କେବେ ଦେହ ବିକି ଦେଲି
ଆସି ବଦନାମ ଗଳି ।
ବହୁ ନାମୀ ଦାମୀ ପ୍ରତିଷ୍ଠିତ ବ୍ୟକ୍ତି
ଯେଉଁଠି ଯାଅାନ୍ତି ଢଳି,
ସେଇଠି ମୋ
ଘର ସୁଖ ସ୍ବର୍ଗ ପୁର
ନାଆଁ ବଦନାମ ଗଳି ।
ଜାତି ଧର୍ମ ବର୍ଣ୍ଣ ଜାଣେ ନାହିଁ କିଛି
ସଭିଙ୍କର ଗଳାମାଳି ,
ଧନୀ ମାନୀ ଜ୍ଞାନୀ ସଭିଏଁ ଖୋଜନ୍ତି
ଏହି ବଦନାମ ଗଳି ।
ସରକାରଙ୍କର ବାରଣ ସତ୍ତ୍ବେ ବି
ବୁଝେନି ପାଗଳ ଅଳୀ ,
ସଂଜ ନଇଁ ଗଲେ ନାଲି ପାଣି ସାଥେ
ଖୋଜେ ବଦନାମ ଗଳି ।