କାବ୍ୟ ନାୟିକା
କାବ୍ୟ ନାୟିକା
କେବେ ପୌରାଣିକା
କେବେ କାଳ୍ପନିକା
କେବେ ତୁମେ ଆଧୁନିକା ,
କେବେ ସାଂସ୍କୃତିକା
କେବେ ସାମାଜିକା
ତୁମେ ଗୋ କାବ୍ୟ ନାୟିକା ।
କେବେ ଲାସ୍ୟମୟି
କେବେ ହାସ୍ୟମୟି
କେବେ ରଚ ବିଭୀଷିକା ,
କେବେ ଧର ଅସ୍ତ୍ର
କେବେ ଖୋଲ ବସ୍ତ୍ର
ସୁଶୀଳା କାବ୍ୟ ନାୟିକା ।
ତୁମେହିଁ ତ ସୃଷ୍ଟି
ତୁମେବି ତ ବୃଷ୍ଟି
ତୁମେ ପୁଣି ମରୀଚିକା ,
ତୁମେହିଁ ତ ଶୋଷ
ତୁମେ ଅବଶୋଷ
ତୁମେହିଁ କାବ୍ୟ ନାୟିକା ।
କେବେ ବିଷ କନ୍ୟା
କେବେ ବାରାଙ୍ଗନା
କେବେ ତୁ ଗଂଗା ପରିକା ,
କେବେ ଋଷି ଧନ୍ୟା
କେବେ ବିଡ଼ମ୍ବନା
ଅପ୍ସରା କାବ୍ୟ ନାୟିକା ।
କେବେ ତୁ ଶ୍ରାବଣୀ
କେବେ ତୁ ପାର୍ବଣୀ
କେବେ ତୁ ଫଗୁ ହୋଲିକା ,
କେବେ ଅଭିମାନୀ
କେବେ ଅଭାଗିନୀ
ବିରହୀ କାବ୍ୟ ନାୟିକା ।